
ଭୁବନେଶ୍ବର, ଆଜି ମଙ୍ଗଳବାରରେ ଓଡିଶାର ପ୍ରତିଷ୍ଠାତ ଘଟଗାଁ ମା ତାରିଣୀ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି। କରୋନା ପାଇଁ ଏହି ମନ୍ଦିର ଦୀର୍ଘ ମାସ ଧରି ବନ୍ଦ ରହିଥିଲା। ମନ୍ଦିର ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି।
ତେବେ ଭକ୍ତମାନେ କେହି ପୂଜା କରିପାରିବେ ନାହିଁ। ଧାଡିରେ ଶାରୀରିକ ଦୂରତାରେ ରହି ମାଙ୍କର କେବଳ ଦର୍ଶନ କରିପାରିବେ। ସେଥିପାଇଁ ଏକ ଗାଇଡ ଲାଇନ ଜାରୀ କରାଯାଇଛି। ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଧାଡିରେ ଯିବା ପାଇଁ ସେଠାରେ ବାରିକେଟ ବ୍ୟବସ୍ଥା ମଧ୍ୟ କରାଯାଇଛି।
Tags: ଘଟଗାଁ ମା ତାରିଣୀ, ମା’ ତାରିଣୀ ମନ୍ଦିର