ପରଦାକୁ ଆସିଲା ଆଥିରାନ୍‌

Published: Apr 13, 2019, 2:39 pm IST
athiran release

ସାଇ ପଲ୍ଲବୀ ଏବଂ ଫହାଦ ଫସିଲ୍‌ ଅଭିନୀତ ମାଲାୟଲମ ଫିଲ୍ମ ‘ଆଥିରାନ୍‌’ ଆଜି ରିଲିଜ୍‌ ହୋଇଛି । ଫିଲ୍ମଟିକୁ ସମୀକ୍ଷକମାନେ ବହୁତ ପସନ୍ଦ କରିଥିବା ବେଳେ ଦର୍ଶକ ଏହି ଥ୍ରୀଲରକୁ ମଧ୍ୟ ପସନ୍ଦ କରିବେ ବୋଲି କୁହାଯାଉଛି । ଦୀର୍ଘ ତିନି ବର୍ଷ ପରେ ସାଇ ପଲ୍ଲବୀ ମାଲାୟଲମ ଇଣ୍ଡଷ୍ଟ୍ରୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଫିଲ୍ମଟି ଲିଓନାର୍ଡୋ ଡିକାପ୍ରିଓଙ୍କ ହଲିଉଡ୍‌ ଫିଲ୍ମ ସଟର ଆଇଲ୍ୟାଣ୍ଡରୁ ପ୍ରେରିତ ହୋଇଛି ।  ଫିଲ୍ମଟି ଏକ ପାଗଳଖାନାରେ ରହିଥିବା ଜଣେ ରାଜବଂଶର ଉତ୍ତରାଧିକାରୀର କାହାଣୀ ସମ୍ପର୍କରେ ଆଧାରିତ ବୋଲି ଜଣାପଡିଛି । ଫହାଦ୍‌ ଏହି ଫିଲ୍ମରେ ଜଣେ ମନୋବିଜ୍ଞାନୀ ଭୂମିକାରେ ରହିଥିବା ବେଳେ ପଲ୍ଲବୀ ଜଣେ ମାନସିକ ବିକାରଗ୍ରସ୍ତ ରାଜକୁମାରୀ ଭୂମିକାରେ ରହିଛନ୍ତି । ଫହାଦ୍‌ ଏବଂ ସାଇ ପଲ୍ଲବୀଙ୍କ ବ୍ୟତୀତ  ଭେଟେରାନ୍‌ ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ଣ୍ଣୀ ଏବଂ ପ୍ରକାଶ ରାଜ୍‌ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ବିବେକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହମ୍ମଦ ଘ୍ରିବାନ୍‌ ମ୍ୟୁଜିକ୍‌ ଦେଇଛନ୍ତି । ଫିଲ୍ମ ପାଇଁ କେରଳର ସାମରିକ କଳା କଲାରିପଟ୍ଟୁ ଶିଖିଥିବା ସାଇ ପଲ୍ଲବୀ ଜବରଦସ୍ତ ଆକ୍ସନ୍‌ରେ ନଜର ଆସିଛନ୍ତି ।

Related posts