Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଚିକିତ୍ସା କରିଥିଲେ ଭୁବନେଶ୍ୱର ଡାକ୍ତର
ଆଜିର ଖବର

ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଚିକିତ୍ସା କରିଥିଲେ ଭୁବନେଶ୍ୱର ଡାକ୍ତର

August 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ଇତିହାସ ସୃ୍‌ଷ୍ଟି କରି ଗତ ସପ୍ତାହରେ ଟୋକିଓ ଠାରେ ଅଲିମ୍ପିକ୍ ଟ୍ରାକ୍ ଇଭେନ୍‌ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ୍ ଷ୍ଟାର ନୀରଜ ଚୋପ୍ରାଙ୍କୁ ଚାରିବର୍ଷ ତଳେ ଭୁବନେଶ୍ୱରର ଜଣେ ସ୍ପୋର୍ଟସ ମେଡିସିନ୍ ଓ ସର୍ଜରୀ ବିଶେଷଜ୍ଞ ଚିକିତ୍ସା କରିଥିଲେ। ୨୦୧୭ ଜୁଲାଇ ମାସରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିଅନ୍‌ସିପ୍‌ରେ ଚୋପ୍ରା
ଭାଗ ନେଇଥିବା ବେଳେ ତାଙ୍କ ଦକ୍ଷିଣ କାନ୍ଧରେ ଯନ୍ତ୍ରଣା ହେଉଥିବାରୁ ଏକ ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହ ଅର୍ଥୋପେଡିକ୍ ଓ ସ୍ପୋର୍ଟସ୍ ମେଡିସିନ୍ ବିଶେଷଜ୍ଞ ଡାକ୍ତର (ମେଜର) ସାର୍ଥକ ପଟ୍ଟନାୟକଙ୍କ କ୍ଲିନିକ୍‌କୁ ଆସିଥିଲେ।

ମୁଁ ଏହି ଯୁବ ଆଥଲେଟ୍‌ଙ୍କର ଚିକିତ୍ସା କରିଥିଲି ଏବଂ ତାଙ୍କର ଏହି ଯନ୍ତ୍ରଣା ମୁଖ୍ୟତଃ ମାଂସପେଶୀ ଜନିତ ଥିଲା ବୋଲି ଜଣାପଡିଥିଲା। ଖୁବ୍ ଯତ୍ନର ସହ ଓ ଉଚିତ୍ ପଦ୍ଧତିରେ ତାଙ୍କର ଏହି ସମସ୍ୟାର ଚିକିତ୍ସା କରାଯାଇଥିଲା ବୋଲି ମେଜର ପଟ୍ଟନାୟକ କହିଛନ୍ତି। ତାଙ୍କ ବନ୍ଧୁଙ୍କର ମଧ୍ୟ ଚିକିତ୍ସା କରିଥିଲେ ଡାକ୍ତର ପଟ୍ଟନାୟକ। ଡାକ୍ତର ପଟ୍ଟନାୟକ ବର୍ତମାନ ସମ୍‌
ଅଲ୍ଟିମେଟ୍ ମେଡିକେୟାରର ଆର୍ଥୋ୍ରସ୍କୋପି, ସ୍ପୋର୍ଟସ୍ ମେଡିସିନ୍ ଓ ସର୍ଜରୀ ବିଭାଗର ସିନିୟର୍ କନ୍‌ସଲଟାଂଟ ଭାବେ କାର୍ଯ୍ୟରତ ଅଛନ୍ତି।

ଏହି ଖେଳାଳୀ ଜଣକ ଖୁବ୍ ମିଷ୍ଟଭାଷୀ, ଭଦ୍ର ଓ ମାର୍ଜିତ ବ୍ୟବହାର ସମ୍ପନ୍ନ ଜଣାପଡିଥିଲେ। ମୁଁ ଭାରତୀୟ ସେନାବାହିନୀର ଜଣେ ଅବସରପ୍ରାପ୍ତ ଅଧିକାରୀ ବୋଲି ଜାଣି ସେ ଖୁବ୍ ଖୁସି ହୋଇଯାଇଥିଲେ ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି। ଜୁଲାଇ ୬ ରୁ ୯ ତାରିଖ ୨୦୧୭ରେ ଆୟୋଜିତ ଏହି ଚାମ୍ପିଅନ୍‌ସିପ୍‌ରେ ଚୋପ୍ରା ପୁରୁଷ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକହାସଲ କରିଥିଲେ। ଚୋପ୍ରା ଜାଭେଲିନ୍‌କୁ ୮୫.୨୩ ମିଟର ଦୂରକୁ ଫିଙ୍ଗି କାତାରର ଅହମ୍ମଦ ବାଦେର ମଗୋରଙ୍କୁ ହରାଇ ଚାମ୍ପିଅନ୍‌ସିପ୍ ରେକର୍ଡ ସୃଷ୍ଟି କରିଥିଲେ।

ଚଳିତ ଅଲିମ୍ପିକ୍ସରେ ସେ ଗୋଲ୍ଡ ମେଡାଲ୍ ହାସଲ କରିବା ନେଇ ମୁଁ ଖୁବ୍ ଗର୍ବ ଅନୁଭବ କରୁଛି। ଚାରି ବର୍ଷ ତଳର ତାଙ୍କର ମୋ ସହ ଥିବା ସ୍ମୃତିକୁ ସବୁବେଳେ ମନେ ପକାଇବି। ସେ ଆଗକୁ ମଧ୍ୟ ଏହିଭଳି ବିଜୟ ହାସଲ କରି ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି ଡାକ୍ତର (ମେଜର) ପଟ୍ଟନାୟକ କହିଛନ୍ତି।

ଡାକ୍ତର (ମେଜର) ପଟ୍ଟନାୟକ ବିଶେଷ ଭାବରେ ଜଣେ ଲିଗାମେଂଟ ଓ କାର୍ଟିଲେଜ୍ ରିକନ୍‌ଷ୍ଟ୍ରିକ୍ସନ୍ ସର୍ଜରୀ, ସୋଲ୍‌ଡର୍‌ ଆର୍ଥ୍ରୋସ୍କୋପି ଏବଂ ସ୍ପୋର୍ଟସ ସର୍ଜରୀ ବିଶେଷଜ୍ଞ ଏବଂ ସେ ୟୁଏସ୍‌ଏର ପେନ୍‌ସିଲ୍‌ଭାନିଆର ସ୍ପୋର୍ଟସ ମେଡିସିନ୍ ବିଭାଗରୁ ଫେଲୋସିପ୍ ମଧ୍ୟ ଗ୍ରହଣ କରିଛନ୍ତି।

ସେ ହିପ୍ ଆର୍ଥ୍ରୋସ୍କୋପି ଓ ସ୍ପୋର୍ଟସ ମେଡିସିନ୍‌ରେ ସ୍ପେନ୍‌ର କ୍ଲିନିକା ମୋମ୍ପିଆ ଓ ସାଉଥ ଆଫ୍ରିକାର ସ୍ପୋର୍ଟସ୍ ସାଇନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ରୁ ମଧ୍ୟ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌ ନୀରଜ ଚୋପ୍ରା ଭୁବନେଶ୍ୱର ସ୍ୱର୍ଣ୍ଣ ପଦକ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026

ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ: ମାତ୍ର ୧୬ ଓଭରରେ ଜିତିଲା ବାଂଲାଦେଶ

March 11, 2026

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026
Latest News

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ: ବାଚନିକ ଭୋଟରେ ହେଲା ନିଷ୍ପତ୍ତି

March 11, 2026

30 Years of Nifty50: ଏନଏସଇ ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

March 11, 2026

ପ୍ରଥମ ଦିନିକିଆରେ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ: ମାତ୍ର ୧୬ ଓଭରରେ ଜିତିଲା ବାଂଲାଦେଶ

March 11, 2026

ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆ ପାଇଁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ନେଲେ ଏହି ପଦକ୍ଷେପ

March 11, 2026

ଭାରତ ଯୋଗୁଁ ତୈଳ ମୂଲ୍ୟ ସ୍ଥିର ରହିଛି”: ଆମେରିକାର ରାଷ୍ଟ୍ରଦୂତଙ୍କ ବଡ ବିବୃତ୍ତି

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.