ଇନଡୋର ଷ୍ଟାଣ୍ଡିୟମ ପ୍ରକଳ୍ପକୁ ନେଇ ରାଜ୍ୟ କଂଗ୍ରେସର ସରକାରଙ୍କୁ ସମାଲୋଚନା

Published: Aug 12, 2021, 2:24 pm IST

ଭୁବନେଶ୍ବର, ଓଡିଶାବାସୀଙ୍କ ବ୍ୟବହାର ପାଇଁ ଯାହା ବେଶୀ ଆବଶ୍ୟକ ରାଜ୍ୟ ସରକାର ତାହା ନ କରି ଅଯଥା କାମ କରୁଛନ୍ତି। ଏହିପରି ଏକ ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ମିଡିଆ ଆବାହକ ସତ୍ୟ ପ୍ରକାଶ ନାୟକ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସେ କହିଥିଲେ ଯେ, ନିକଟରେ ରାଜ୍ୟ ସରକାର ଇନଡୋର ଷ୍ଟାଡିୟମ କରିବେ ବୋଲି ଘୋଷଣା କରିଛନ୍ତି। ହେଲେ ଓଡିଶାବାସୀଙ୍କର ଯାହା ଦରକାର ତାହା କରିବାରେ ରାଜ୍ୟ ସରକାରଙ୍କ ମୁଣ୍ଡକୁ ବୁଦ୍ଧି ଦିଶୁ ନାହିଁ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି। ରାଜ୍ୟବାସୀ ଯାତାୟତା ପାଇଁ ବେସୀ ବସ ଉପରେ ନିର୍ଭରଶୀଳ। ହେଲେ ରାଜ୍ୟ ସରକାର 21 ବର୍ଷ ଭିତରେ ଗୋଟିଏ ବି ନୂଆ ବସଷ୍ଟାଣ୍ଡ ନିର୍ମାଣ କରିନାହିଁନ୍ତି। ତୁରନ୍ତ ରାଜ୍ୟବାସୀଙ୍କର ଏହି ଦାବୀକୁ ନବୀନ ସରକାର ପୁରଣ କରନ୍ତୁ ବୋଲି କଂଗ୍ରେସ ଦାବୀ କରିଛି।

Related posts