Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ କମିଟର ନୂଆ ଅଧ୍ୟକ୍ଷ ହେଲେ ବିଶ୍ବରଂଜନ ମହାନ୍ତି

ଭୁବନେଶ୍ବର: ଆଜି ବରିଷ୍ଠ କଂଗ୍ରେସ ନେତା ଡ ବିଶ୍ବରଂଜନ ମହାନ୍ତିଙ୍କ ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସ ମିଡିଆ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦିଆଯାଇଛି। ଏହି ପଦବୀରେ ବରିଷ୍ଠ ନେତା ଗଣେଶ୍ବର ବେହେରା କାର୍ଯ୍ୟ କରୁଥିଲେ। ବିଶ୍ବରଂଜନ ହେଉଛନ୍ତି ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ତଥା ସାଧାରଣ ସଂପାଦକ।

ବିଶ୍ବରଂଜନ ପୂର୍ବରୁ ଗୁଜୁରାଟର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ଦଳର ଜଣେ ବେଶ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ଏଥିସହିତ ସେ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିତ୍ବ। ତାଙ୍କର ଯୋଗଦାନ ଫଳରେ କଂଗ୍ରେସ ଆଗାମୀ ଦିନରେ ମିଡିଆ କ୍ଷେତ୍ରରେ ବେଶ ଭଲ କରିବ ବୋଲି ଆଶା କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ଓଡିଶାର ସବୁ ଲୋକସଭା ନିର୍ବାଚନ ମଣ୍ଡଳି ପାଇଁ କଂଗ୍ରେସ ନିଯୁକ୍ତ କଲା ସଂଯୋଜକ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରଦେଶ କଂଗ୍ରେସ ବେଶ ଚଳଚଞ୍ଚଳ ହୋଇପଡିଛି। ଆଜି ଓଡିଶାର ସମସ୍ତ ଲୋକସଭା ନିର୍ବାଚନ ମଣ୍ଡଳି ପାଇଁ ଏଆଇସିସି ତରଫରୁ ସଂଯୋଜକ ନିଯୁକ୍ତ ହୋଇଛନ୍ତି। ଏମାନେ ସେହି ନିର୍ବାଚନ ମଣ୍ଡଳିର ସଂଗଠନ ଦାୟିତ୍ବରେ ରହିବେ। ଏଥିରେ ଯେଉଁମାନଙ୍କ ନାମ ଅଛି ସେମାନେ ହେଲେ..

ଆଜି ଏଆଇସିସି ତରଫରୁ ବିଭିନ୍ନ ରାଜ୍ୟର ଲୋକସଭା ପାଇଁ ଏହି ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି। ସେହି ଅନୁସାରେ ଓଡିଶାର 21ଟି ନିର୍ବାଚନ ମଣ୍ଡଳି ପାଇଁ ନୂଆଦିଲ୍ଲୀରୁ ଏହି ତାଲିକା ପ୍ରକାଶ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡ଼ିଶା ଆସିବେ ନୂଆ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ଦଳୀୟ ନେତାଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ

ଭୁବନେଶ୍ୱର: ଓଡିଶା ପାଇଁ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାର ଓଡିଶା ଆସିବେ। ଏହାକୁ ନେଇ ଦଳ ବେଶ ଉତ୍ସାହିତ ହୋଇପଡିଛି। ନୂଆବର୍ଷରେ ନୂଆ ପ୍ରଭାରୀ କିଛି ଗୁରୁମନ୍ତ୍ର ଦେବେ ବୋଲି ଦଳ ବଡ ଆଶାବାଦୀ ହୋଇପଡିଛି। ତାଙ୍କ ଦିଗଦର୍ଶନରେ ଦଳ ଓଡିଶାରେ ଭଲ ଫଳ କରିବା ନେଇ ଉତ୍ସାହିତ ହୋଇପଡିଛି କଂଗ୍ରେସ।

ପ୍ରଦେଶ କଂଗ୍ରେସ କମିଟ ସୂଚନା ଅନୁସାରେ ପ୍ରଭାରୀ ପୂର୍ବତନ ସାଂସଦ ଡ. ଅଜୟ କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଆସନ୍ତା ଜାନୁଆରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହି ଦଳର ସାଂଗଠନିକ ବୈଠକ କରିବେ।

ସେହି ସୂଚନା ଅନୁସାରେ ଡ. ଅଜୟ କୁମାର ୬ ତାରିଖ ଦିନ ୧୧ ଟାରେ ଭୁବନେଶ୍ୱର ବିମାନ ବନ୍ଦନରରେ ପଂହଚିବା ପରେ ତାଙ୍କୁ ବିମାନବନ୍ଦର ଠାରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯିବ। ପରେ କଂଗ୍ରେସ ଭବନ ଠାରେ ଡ. କୁମାରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ।

ଉକ୍ତ ଦିନ ୧୨ଟା ୩୦ ସମୟରେ ପିସିସି କାର୍ଯ୍ୟାଳୟ ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଏବଂ ଅପରାହ୍ନ ୪ ଟାରେ ପିସିସି ପଲିଟିକାଲ ଆଫେୟାର୍ସ କମିଟି ବୈଠକ ଓ ସନ୍ଧ୍ୟା ୬ ଟାରେ ୨୦୧୭  ଓ ୨୦୨୨ ନିର୍ବାଚନର ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଓ ଏନ୍‌.ଏ.ସି /ମ୍ୟୁନିସ୍‌ପାଲଟି/ ମହାନଗର ନିଗମର ନିର୍ବାଚିତ କାଉନ୍‌ସିଲର / କର୍ପୋରେଟର ମାନଙ୍କ ବୈଠକରେ ଡ. ଅଜୟ କୁମାର ଯୋଗଦେବେ। ସେହିପରି ଜାନୁଆରୀ ୭ ତାରିଖ ଦିନ ଡ. କୁମାର ଦିନ ୧୦ଟା ସମୟରେ ପିସିସି ଇସ୍ତାହାର କମିଟି, ପ୍ରଚାର କମିଟି, ପ୍ରୋଗ୍ରାମ ଇମ୍ପ୍ଲିମେଂଟେସନ, ପବ୍ଲିସିଟି ଓ ପବ୍ଳିକେସନ କମିଟିର ଅଧ୍ୟକ୍ଷ ମାନଙ୍କର ବୈଠକରେ ଯୋଗଦେବେ।

ସେହିଦିନ ୧୧ଟାରେ ଡ. ଅଜୟ କୁମାର ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେବେ। ଏହାପରେ ଜିଲ୍ଲା,ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ବୈଠକରେ ଯୋଗଦେବେ। ୩ ଟା ସମୟରେ ରାଜ୍ୟ ସାମ୍ମୁଖ୍ୟ ସଂଗଠନର ମୁଖ୍ୟ ଏବଂ ୪ ଟା ସମୟରେ ସମସ୍ତ ପ୍ରଦେଶ କଂଗ୍ରେସ ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟମାନଙ୍କ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ପରେ ୫ ଟା ଠାରୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରିବେ। ସେହିପରି ସନ୍ଧ୍ୟା ୭ ଟା ସମୟରେ ଡ. ଅଜୟ କୁମାର ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ପୁରୀ ଅଭିମୁଖେ ଯାତ୍ରା କରିବେ ଏବଂ ୮ ତାରିଖ ସକାଳେ ଓଡ଼ିଶାରୁ ପ୍ରତ୍ୟାବର୍ତନ କରିବା କାର୍ଯ୍ୟକ୍ରମ ରହିଛି। ସମସ୍ତ ବର୍ଗର ନେତୃବୃନ୍ଦଙ୍କୁ ନିର୍ଦ୍ଧାରିତ ସମୟରେ ବୈଠକରେ ଯୋଗ ଦେବା ନିମନ୍ତେ ପତ୍ର ମାଧ୍ୟମରେ ଓ ଟେଲିଫୋନ ଯୋଗେ ପିସିସି ତରଫରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ଘୋଷଣା କଲା ଜିଲ୍ଲା କମିଟି ତାଲିକା, ଜାଣନ୍ତୁ କାହାକୁ ମିଳିଲା କେଉଁ ପଦବୀ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୋହନ ପରିଡ଼ାଙ୍କ ପ୍ରସ୍ତାବକ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର କର୍ମକର୍ତା, କାର୍ଯ୍ୟକାରୀ କମିଟି, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବ୍ଲକ/ନଗର କଂଗ୍ରେସ କମିଟି ସଭାପତି ମାନଙ୍କର ନାମ ଅନୁମୋଦନ କରିଛନ୍ତି ।

ଏହି କମିଟିରେ ଉପସଭାପତି ଭାବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ସ୍ୱାଇଁ, ନିକୁଞ୍ଜ ବିହାରି ମିଶ୍ର, ଦେବେନ୍ଦ୍ର ନାଥ ନାୟକ, ସୁରଥ ଚନ୍ଦ୍ର ସାହୁ, ଗୌରହରି ନାୟକ, ବସନ୍ତ କୁମାର ଦାସ ଓ ଶ୍ରୀମତୀ ମିନତୀ ନାୟକ ରହିଥିବା ବେଳେ କୋଷାଧକ୍ଷ ଭାବରେ ଲଳିତ ମୋହନ ନାୟକ ରହିଛନ୍ତି । ସେହିଭଳି ଭାବରେ ସାଧାରଣ ସଂପାଦକ ଭାବରେ ସର୍ବଶ୍ରୀ କ୍ଷୀରୋଦ କୁମାର ରାଉତ, ତ୍ରିଲୋଚନ ପଣ୍ଡା, ବିଜୟ କୁମାର ସ୍ୱାଇଁ, ଯଶୋବନ୍ତ ଖୁଂଟିଆ, କିଶୋର କୁମାର ସାହୁ, ଗୋବିନ୍ଦ ମହାନ୍ତ, ମୂରଲୀଧର ବେହେରା ଓ ସରୋଜ କୁମାର ବାଘେଲବାବୁ ରହିଛନ୍ତି ।

ସମ୍ପାଦକ ଭାବରେ ସର୍ବଶ୍ରୀ ପ୍ରଶାନ୍ତ କୁମାର ଜେନା, ରାମଚନ୍ଦ୍ର ମହାରଣା, ନାକଫୋଡ଼ି ପ୍ରଧାନ, କୈଳାସି ଚନ୍ଦ୍ର ବାରିକ, ଦୌପ୍ରଦୀ ନାୟକ, ଦେବାଶିଷ ସାହୁ, ଦିଲ୍ଲିପ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ନାୟକ, ସୁବାଷ ଚନ୍ଦ୍ର ପ୍ରଧାନ, କୁଞ୍ଜବିହାରୀ ମହାନ୍ତ, ଯାଗବିର ଦିଷା, ଦୋଲୁ ଦଳ ବେହେରା, ରୁପ ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ନାୟକ, ଉମେଶ ଚନ୍ଦ୍ର ଗିରି, ସୁରେଖା ଜେନା ଓ ଚିତରଞ୍ଜନ ପଣ୍ଡା ପ୍ରମୁଖ ରହିଛନ୍ତି ।

କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ସର୍ବଶ୍ରୀ ସୁରେଶ ଜେନା, ପ୍ରଶାନ୍ତ କୁମାର ପାଲ, ଏମଡି ମୋକିମ, ସୁବତ୍ର କୁମାର ପ୍ରଧାନ, ଆର୍ତତ୍ରାଣ ଦାସ, ରାମଚନ୍ଦ୍ର ସାହୁ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରବିଣା ଦଣ୍ଡପାଟ, ଯୁବ କଂଗ୍ରେସ ସଭାପତି ସୁନେଶ ଧିର, ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ସେବାଦଳ ମୁଖ୍ୟ ବିରଭଦ୍ର ମହାନ୍ତ, ଆରଜିପିଆରଏସ ଅଧ୍ୟକ୍ଷ ସୁଦର୍ଶନ ପାଇକରାୟ, ଅନୁସୂଚିତ ଜନ ଜାତି ବିଭାଗ ଅଧ୍ୟକ୍ଷ ବିନୋଦ ବିହାରୀ ନାୟକ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ରମାକାନ୍ତ ପଣ୍ଡା, ପଛୁଆବର୍ଗ ଅଧ୍ୟକ୍ଷ ଯଦୁମଣି ବାରିକ, କିଷାନ କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ଲିଗାଲ ସେଲ ଅଧ୍ୟକ୍ଷ ସୁରଜିତ ଦାସ, ଆରଟିଆଇ ସେଲ ଅଧ୍ୟକ୍ଷ ଦିଲ୍ଲୀପ କୁମାର ସାହୁ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଏସ୍‌କେ ଅଜିଜ, ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ସୁଢ଼ଳ କୁମାର ସେଠୀ, ସହ ଅଧ୍ୟକ୍ଷ ତାରିଣୀ ପଟ୍ଟନାୟକ, ମୁଖପାତ୍ର ଆଲୋକ ମିଶ୍ର ଓ ସଂଗିତା ସିଂ ପ୍ରମୁଖ ରହିଛନ୍ତି ।

ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ହୃଷିକେଶ ନାୟକ, କୃଷଚନ୍ଦ୍ର ମହାନ୍ତି, ଆଲୋକ ମିଶ୍ର, ମନୋଜ କୁମାର ଜେନା, ଚର୍ତୁଭୁଜ ନାୟକ, ବିପ୍ଳବ ମିଶ୍ର, ବିଦ୍ୟାଧର ଦାସ, ଶ୍ରୀକାନ୍ତ ସେଠୀ, ବ୍ରଜବିହାରୀ ଜେନା, ଶ୍ରୀଧର ଦଳେଇ, ଲକ୍ଷ୍ମଣ ଦାସ, ନାରାୟଣ ପ୍ରଧାନ, ମହୁରା ମହାନ୍ତ, ପ୍ରଶାନ୍ତ କୁମାର ଦଳେଇ ଓ ସଂଗ୍ରାମ ଦାସ ପ୍ରମୁଖ ରହିଛନ୍ତି ।

ତତ୍ ସଂଗେ ସଂଗେ ଜିଲ୍ଳାର ଆନନ୍ଦପୁର ବ୍ଲକ କଂଗ୍ରେସ ସଭାପତି ଭାବରେ ବିଷ୍ଣୁ ଚରଣ ସାହୁ ରହିଥିବା ବେଳେ ହାଟଡିହି-ସୁବ୍ରତ କୁମାର ମହାପାତ୍ର, ଆନନ୍ଦପୁର ମୁନିସ୍‌ପାଲଟି-ହାଡ଼ିବନ୍ଧୁ ଖୁଂଟିଆ, ଘଷିପୁରା-ସୁବ୍ରତ କୁମାର ଚକ୍ର, ଘଟଗାଁ-ପ୍ରଭାକର ନାୟକ, ହରିଚନ୍ଦନପୁର-ଲକ୍ଷ୍ମଣ କୁମାର ମହାନ୍ତ, ତେଲକୋଇ-ଶଶିକାନ୍ତ ଧିର, ବଂଶପାଲ- ପ୍ରଦୀପ କୁମା ପ୍ରଧାନ, କେନ୍ଦୁଝର ସଦର- ଉତମ କୁମାର ସାହୁ, କେନ୍ଦୁଝରଗଡ଼ ମୁନିସ୍‌ପାଲଟି- ମନୋରଞ୍ଜନ ମିଶ୍ର, ଝୁମ୍ପୁରା-ସଚିଦାନନ୍ଦ ମିଶ୍ର, ପାଟଣା-ଶତୃଘ୍ନ ସିଂ, ସାହରାପଡ଼ା- ମକୁନ୍ଦ ମହାନ୍ତ, ବଡବିଲ ମୁନସି୍‌ପାଲଟି-ଅମିତ ମହାନ୍ତ, ଜୋଡ଼ା ମୁନିସ୍‌ପାଲଟି-ସୁବ୍ରତ କୁମାର ନାୟକ, ଯୋଡ଼ା-ଚନ୍ଦ୍ରବିର ମହାନ୍ତ, ଚମ୍ପୁଆ-ରଞ୍ଜିତ ବେହେରା ଓ ଚମ୍ପୁଆନ ଏନଏସି–ସଫାକତ ଅନସାରୀ ନିଯୁକ୍ତି ପାଇଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କଂଗ୍ରେସରେ ପୁଣି ଯୋଗ ଦେଲେ ଡାକ୍ତର ଶରତ ମିଶ୍ର

ଭୁବନେଶ୍ୱର: ବିଶିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଶରତ ମିଶ୍ର କଂଗ୍ରେସ ଦଳରେ ପୁନଃ ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଡାକ୍ତର ମିଶ୍ରଙ୍କୁ ସ୍ୱାଗତ କରି ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ।

ଶ୍ରୀ ପଟ୍ଟନାୟକ କହିଲେ ଯେ ଡାକ୍ତର ମିଶ୍ରଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ମଜବୁତ କରିବ। ନିଜ ବକ୍ତବ୍ୟରେ ଡାକ୍ତର ମିଶ୍ର କହିଲେ ଯେ ମୁଁ ସର୍ବଦା କଂଗ୍ରେସର ନୀତି ଆଦର୍ଶକୁ ଭଲ ପାଏ। ସେଥିପାଇଁ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସମୟରେ ୫ ବର୍ଷ ଚାକିରୀ ଥାଇ ସରକାରୀ ଚାକିରୀରୁ ଅବସର ଗ୍ରହଣ କରି କଂଗ୍ରେସ ଦଳରେ ଯୋଗଦେଇଥିଲି। ଦଳର ବିଭିନ୍ନ ପଦପଦବୀରେ ମୁଁ କାର୍ଯ୍ୟ କରିଛି।

ବିଶେଷ କରି ପ୍ରଦେଶ କଂଗ୍ରେସ କମିଟିର ଡାକ୍ତରସେଲର ଅଧ୍ୟକ୍ଷ ଭାବରେ ମୁଁ ନିଷ୍ଠାର ସହ କାର୍ଯ୍ୟ କରିଛି। ବିଜେଡ଼ି ଦଳରେ ମୁଁ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ କଂଗ୍ରେସ ଦଳ ପ୍ରତି ଥିବା ମୋର ଦୁର୍ବଳତା ଓ ଭଲପାଇବା ଯୋଗୁଁ ମୁଁ ବିଜେଡ଼ି ଦଳ ତ୍ୟାଗକରି ମୋର ପୁରୁଣା ଘରକୁ ଫେରିଆସିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଇସ୍ତାହାର କମିଟିର ଅଧ୍ୟକ୍ଷ ପଂଚାନନ କାନୁନଗୋ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ରଜନୀ ମହାନ୍ତି, ଦୀପକ କୁମାର ମହାପାତ୍ର, ପ୍ରଭାତ ପ୍ରତାପ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ତାଳ ଠିକ୍ ନ ପଡିଲେ ମଧ୍ୟ ଶରତ ଏବଂ ତାରା ବଜାଇଲେ ଝାଞ୍ଜ, ପ୍ରଦେଶ କଂଗ୍ରେସର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଚତୁର୍ଦ୍ଧାମୁରତୀଙ୍କ ସମ୍ମୁଖରେ “ସଂକୀର୍ତନ ସତ୍ୟାଗ୍ରହ” ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳ୍ୱନ କରି ପ୍ରଭୁ ବଳଭଦ୍ର, ମା ଶୁଭଦ୍ରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ସଂକୀର୍ତନ ହୁଳହୁଳି ଓ ଜୟଜଗନ୍ନାଥ ଧ୍ୱନୀରେ ସାରା ଅଂଚଳ ପ୍ରକମ୍ପିତ ହେଉଥିଲା। ସମଗ୍ର ବାତାବରଣ ଏକ ଭକ୍ତି ଭାବପୂର୍ଣ୍ଣ ଆବେଗରେ ପରିଣତ ହୋଇଥିଲା।

ପ୍ରକାଶ ଥାଉକି ଅକ୍ଟୋବର ମାସ ୧୬ ତାରିଖ ଦିନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ ନେତୃବର୍ଗ ୬ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଦୀର୍ଘ ୩.୫ ବର୍ଷରୁ ଅଧିକ ସମୟ ଧରି ଶ୍ରୀମନ୍ଦିରର ମୁଖ୍ୟ ଦ୍ୱାରକୁ ଛାଡ଼ି ବାକି ତିନିଦ୍ୱାରକୁ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ବନ୍ଦ କରିଦେଇଛନ୍ତି।

ଏପରିକି ଯେଉଁ ଶ୍ରୀ ମନ୍ଦିର ପ୍ରକଳ୍ପ କଥା ରାଜ୍ୟ ସରକାର କହୁଛନ୍ତି ତାହା ୨୦୨୧ ମସିହାରେ ସରିଯିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ଆଜି ୨୦୨୩ ନଭେମ୍ବର ମାସ ଭିତରେ ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟ ସରିନାହିଁ ଏବଂ ଏହି କାର୍ଯ୍ୟର ଏକ ତୃତୀୟାଂଶ କାମ ଆରମ୍ଭ କରାଯାଇନାହିଁ।

ତେଣୁ କାହିଁକି ଏବଂ କାହାର ସ୍ୱାର୍ଥ ସାଧନ ପାଇଁ ଶ୍ରୀ ମନ୍ଦିରର ଚାରି ଦ୍ୱାରା କୁ ଦୀର୍ଘ ବର୍ଷ ବର୍ଷ ଧରି ବନ୍ଦ କରି ରଖାଯାଇଛି ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀକ୍ଷେତ୍ରକୁ କାର୍ତିକ ମାସରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମେତ ହବିଷ୍ୟାଳିଙ୍କ ସମାଗମ ହୁଏ। ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତମାନେ ବଡଦାଣ୍ଡରେ ଲମ୍ବା ଲାଇନ ଲଗାଇ ଛିଡ଼ାହେଉଛନ୍ତି। କିନ୍ତୁ ପ୍ରଭୁଙ୍କର ଦର୍ଶନ ମିଳୁନାହିଁ।

ଶ୍ରୀମନ୍ଦିର ୪ ଦ୍ୱାରା ଦୀର୍ଘଦିନ ଧରି ବନ୍ଦ କରିବାଯୋଗୁଁ ଏ ସରକାର ଭକ୍ତ ଓ ଭଗବାନ ଭିତରେ ବାଧକ ସାଜୁଛି। ଏଭଳି ପରିସ୍ଥିତିରେ ୪ ଦ୍ୱାରକୁ ତୁରନ୍ତ ଖୋଲିବା ପାଇଁ କଂଗ୍ରେସ ବାରମ୍ବାର ଦାବି କରିଆସୁଛି। ଦୀର୍ଘ ବର୍ଷ ଧରି ରତ୍ନଭଣ୍ଡାର ଖୋଲାଯାଉ ନାହିଁ, ଚାବି ହଜିଯିବାର ନାଟକ କରାଯାଉଛି, ପୁଣି ଚାବି ମିଳିଯାଉଛି କିନ୍ତୁ ରତ୍ନ ଭଣ୍ଡାରରକୁ ସରକାର କାହିଁକି ଖୋଲୁନାହାନ୍ତି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ରତ୍ନଭଣ୍ଡାରର ଗଣତି, ମଣତି ଏବଂ ରତ୍ନ ଭଣ୍ଡାରର ମରାମତି କରିବାପାଇଁ ଏ ସରକାର ତିଳେମାତ୍ର ତତ୍ପରତା ଦେଖାଉନାହାନ୍ତି।

ମହାପ୍ରଭୁ ଶ୍ରୀ ଜଗଗନ୍ନାଥଙ୍କ ପରମ ଭକ୍ତ କହୁଥିବା ମୁଖ୍ୟମନ୍ତ୍ରୀ ଏଥିପାଇଁ ତତ୍ପରତା ନ ଦେଖାଇବାର କାରଣ କଣ? ରତ୍ନ ଭଣ୍ଡାରର ରତ୍ନ ସବୁ ଚୋରାଇ ନିଆଯାଇଛି କି ବୋଲି କଂଗ୍ରେସ ପ୍ରଶ୍ନ କରୁଛି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏ ସରକାର ଅହଂକାର ଓ ଗର୍ବରେ ଫାଟିପଡ଼ୁଛି। ଭକ୍ତଙ୍କର କଷ୍ଟ ଦୁର୍ଦ୍ଦଶା ଦେଖି ଏ ସରକାର ଜାଣିସୁଣି ନୀରବ ରହୁଛି।

ବେଦାନ୍ତ କମ୍ପାନୀ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ଫେରାଇବା ପାଇଁ ଏ ସରକାର ସାମାନ୍ୟତମ ତତ୍ପରତା ନ ଦେଖାଇବା ଅତି ଆଶ୍ଚର୍ଯ୍ୟାନ୍ୱିତ କଥା। ମହାପ୍ରଭୁ ଜଗନ୍ନାଥ କାହାରି ଗର୍ବ ସହି ନାହାନ୍ତି କି ସହିବେ ନାହିଁ। ଏ ଅହଂକାର ବେଶିଦିନ ରହିବନାହିଁ। ଆଜି କଂଗ୍ରେସ ଦଳ ସାରା ରାଜ୍ୟରେ ପ୍ରତ୍ୟେକ ବ୍ଲକ, ମ୍ୟୁନିସିପାଲିଟି ଓ ଏନଏସିରେ ସଂକୀର୍ତନ ସତ୍ୟାଗ୍ରହ କରାଯାଇଛି। ଯଦି ରାଜ୍ୟ ସରକାର ଆମର ଦାବିକୁ ତୁରନ୍ତ ଗ୍ରହଣନକରନ୍ତି ତାହାହେଲେ ଆସନ୍ତା ଦିନରେ କଂଗ୍ରେସ ରାଜ୍ୟର ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଜନସାଧାରଣଙ୍କ ପାଇଁ କୋଠର ପଦକ୍ଷେପ ନେବ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀମତୀ ପ୍ରତିମା ମଲ୍ଲିକଙ୍କ ସମେତ ଜାନକୀ ବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ଅଶୋକ ଦାସ, ରଜତ ଚୌଧୁରୀ, ମୋହନ ଜେନା, ପ୍ରଶାନ୍ତ ଚମ୍ପତି, ଗିତାଞ୍ଜଳି ମହାନ୍ତି, ପ୍ରଣତି ମିଶ୍ର, ଶୁଭଦ୍ରା ମିଶ୍ର, ରଶ୍ମି ମହାପାତ୍ର, ଅକ୍ଷୟ କୁମାର ଦାସ, ତରୁଣ ମିଶ୍ର, ଶ୍ରୀନିବାସ ରାଉତରାୟ, ଯୋଗୀନାଥ ବାହୁବଳେନ୍ଦ୍ର,

ସେହିପରି ଦେଓ ପ୍ରସାଦ, ଆତ୍ମାରାମ ପତି, ରଣଜିତ ପାତ୍ର, ଦେବରାଜ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଶନ୍ନ ନାୟକ, ମିହିର ଆଚାର୍ଯ୍ୟ, ଦୀପକ କୁମାର ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ଜ୍ୟୋତିଷ ସାହୁ, ସୌମେନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ପତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଅଜୟ ସାହୁ, ନକୁଳ ନାୟକ, ମନୋରଞ୍ଜନ ରାଉତରାୟ, ରାଜକିଶୋର ବାରିକ, ମଂଟୁ ମଲ୍ଲିକ, ଜୟଶ୍ରୀ ପାତ୍ର, ସିଲି ସେଠୀ, ମଧୁସ୍ମିତା ଅଚାର୍ଯ୍ୟ, ପ୍ରଭାବତି ପଟ୍ଟନାୟକ, ପୁଷ୍ପିତା ଦାସ, ଭାଗ୍ୟଶ୍ରୀ ଜେନା ଥିଲେ।

ଅନ୍ୟପକ୍ଷରେ ରିନା ସାହୁ, କୁସୁମ ପ୍ରଧାନ, ମନୋଜ ସାହୁ, ଜୟନ୍ତ ଦାସ, ନରୋତମ ନାୟକ, ପୂର୍ଣ୍ଣ ସାହୁ, ସଂକୁନା କହଁର, ସେକ ତାକ୍‌ୱିମ, ଦେବେନ୍ଦ୍ର ଦାସ, ମୁନାଚାନ୍ଦ ନାୟକ, ଏମଡି ଶାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ସ୍ପନ୍ଦନ କୁମାର ସ୍ୱାଇଁ ପ୍ରମୁଖ ବହୁ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ ଏକ ପ୍ରହସନ ବୋଲି କହିଲା କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାକୁ ତୀବ୍ର ସମାଲୋଚନା କରିଛି ପ୍ରଦେଶ କଂଗ୍ରେସ। ଦଳ କହିଛି, ପ୍ରକୃତରେ ଏହି ସ୍କିମ ମାଧ୍ୟମରେ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ଛଡ଼ାଯାଇଛି ଯାହାକି ପରେ ବିସ୍ତୃତ ହୋଇଛି।

ଯେଉଁସବୁ କାରିଗରଙ୍କୁ ଏହ ସ୍କିମରେ ଅନ୍ତର୍ଭୁକ୍ତ ହେବେ ସେମାନେ ସମେସ୍ତ ପ୍ରାୟ ସେବା ଉଦ୍ୟଗ। ବଢ଼େଇ, କମାର, ବାରିକ ଗାଁ ମାନଙ୍କରେ ଯେଉଁ ସେବା ଦେଉଛନ୍ତି ତାର କଣ ବ୍ରାଣ୍ଡିଙ୍ଗ କରିବେ? ବ୍ରାଣ୍ଡିଙ୍ଗ ନାମରେ ଅର୍ଥ ବ୍ୟୟ ହେବ କିନ୍ତୁ ତାର ସୁଫଳ ମଳିବ ନାହିଁ।

ଯେଉଁ କାରିଗର ମାନଙ୍କୁ ଅଗଷ୍ଟ ୧୫ ପତାକା ଉତୋଳନକୁ ନିଆ ଯାଇଥିଲା ସେମାନଙ୍‌କୁ କେବେ ପଚାର ଯାଇଛି କମ୍ବା କୌଣସି ସର୍ଭେ କରାଯାଇ ତାଙ୍କର ସମସ୍ୟା ବୁଝା ଯାଇ ଏହି ସ୍କିମ କରାଯାଇଛି? ସେ ଯାହା ହେଉ ଟୁଲ କିଟ ପାଇଁ ୧୫ ହଜାର ଟଙ୍କା ଏବଂ ଏକଲକ୍ଷ ଠାରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ନିଶ୍ଚୟ ସ୍ୱାଗତ ଯୋଗ୍ୟ କିନ୍ତୁ ସ୍ୱଚ୍ଛତାର ସହ ଯୋଗ୍ୟ ହିତାଧିକାରୀ ଚୟନ ଏବଂ ସମୟର ଋଣ ବ୍ୟବସ୍ଥା ନିଶ୍ଚୟ ସ୍ୱାଗତ ଯୋଗ୍ୟ କିନ୍ତୁ ସ୍ୱଚ୍ଛତାର ସହ ଯୋଗ୍ୟ ହିତାଧିକାରୀ ଚୟନ ଏବଂ ସମୟରେ ଋଣ ପ୍ରଦାନ ଏବଂ ତାର ସୁବିନିଯୋଗ ମନରେ ପ୍ରଶ୍ନବାଚୀ ସୃଷ୍ଟିି କରେ।

ରାଜ୍ୟରେ ଓଡ଼ିଶା କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓଡ଼ିଶାର ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରାଇବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ନୂତନ ସରକାର ଗୋଟିଏ ଅଭିନବ ସ୍କିମ ଆଣି ଯୁବପିଢ଼ିଙ୍କୁ ଅସୁବିଧା ମୁକ୍ତ ସେବା ମାଧ୍ୟମରେ ସଶକ୍ତ କରିବା ପାଇଁ ୨୦୨୪ କଂଗ୍ରେସ ଇସ୍ତାହାର ତିଆରି କରିବାକୁ ଓଡ଼ିଶା କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତାହାର ପରିକଳ୍ପନା କଂଗ୍ରେସ ଇସ୍ତାହାରରେ ସ୍ଥାନ ପାଇବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ରାଜକୋଷକୁ ଅପବ୍ୟବହାର ନେଇ ରାଜ୍ୟପାଳଙ୍କୁ ଭେଟିଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର : ଆଜି ସମସ୍ତ ଓଡ଼ିଆ ଓ ଇଂରାଜୀ ଖବର କାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ସରକାରଙ୍କର ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଦ୍ୱାରା ଦିଆଯାଇଥିବା ବିଜ୍ଞାପନରେ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ କୁ ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟପାଳଙ୍କ ଅନୁପସ୍ଥିତିରେ ବ୍ୟକ୍ତିଗତ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଇଂରାଜୀ ଓ ଓଡ଼ିଆ ଖବର କାଗଜରେ ଦିଆଯାଇଥିବା ବିଜ୍ଞାପନ ବାବଦରେ କହିଥିଲେ ଯେ ଓଡ଼ିଶା ସରକାରୀ ଲୋଗ ଏବଂ ୫-ଟି ଲୋଗ ସହିତ ବିଜେଡ଼ି ଦଳର ନିର୍ବାଚନୀ ଚିହ୍ନ ‘ଶଙ୍ଖ’ ଲାଗିବା ସମସ୍ତ ନିୟମାବଳୀକୁ ଉଲଘଂନ ଓ ଅବମାନନା କରାଯାଉଛି ।

ସରକାରୀ ଦଳର ସ୍ୱାର୍ଥ ପାଇଁ ସରକାର କିପରି ରାଜ୍ୟ ରାଜକୋଷରୁ ଜନସାଧାରଣଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏହା ତାହାର ଜ୍ୱଳନ୍ତ ଉଦାହରଣ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଓଡ଼ିଶାରେ ଜଙ୍ଗଲରାଜ ଶାସନ ଚାଲିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏ ଘଟଣାର ଅନୁସନ୍ଧାନ କରି ଘଟଣାରେ ସଂପୃକ୍ତ ବିଭାଗ ଏବଂ କର୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ସ୍ମାରକପତ୍ରରେ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଛି ଏବଂ ପରବର୍ତୀ ସମୟରେ ପ୍ରକାଶିତ ହେବାକୁ ଥିବା ସରକାରୀ ବିଜ୍ଞାପନରେ ଦଳର ଲୋଗ ନ ଲଗାଯିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଅନୁରୋଧ କରାଯାଇଛି ।

ଆଜିର ପ୍ରତିନିଧି ଦଳରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ବିଭୂତି ମିଶ୍ର, ସେବାଦଳର ଅଧ୍ୟକ୍ଷ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସାଧାରଣ ସମ୍ପାଦକ ରଶ୍ମି ମହାପାତ୍ର, ସମ୍ପାଦକ ନରୋତମ ନାୟକ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବୀ ନେଇ ବ୍ଲକ ଘେରାଉ କଲା ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେଡ଼ି ସରକାରଙ୍କର ସମସ୍ତ କ୍ଷେତ୍ରରେ ବିଫଳତା, ଜନମାରଣ ନୀତି, ବ୍ଲକ ସ୍ତରଠୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟରେ ୧୫ ରୁ ୫୦ ପ୍ରତିଶତ ପି.ସି. ଆଦାୟକୁ ବିରୋଧ କରି କଂଗ୍ରେସ ତରଫରୁ ରାଜ୍ୟର ସମସ୍ତ ବ୍ଲକ ଘେରାଉ କରାଯାଇଥିଲା।

ଏଥିରେ ଶିକ୍ଷିତ ଯୁବକ ଯୁବତୀ ଆଜି ବେକାର, କୃଷି ଓ କୃଷକ ସମସ୍ୟା ଦରଦାମ୍ ବୃଦ୍ଧି, ନାରୀ ନିର୍ଯ୍ୟାତନା, ବିଜୁଳି ଦରବୃଦ୍ଧି ଓ ଟାଟାକମ୍ପାନୀଙ୍କ ଉପଭୋକ୍ତାମାରଣ ନୀତି ଆଦି ୯ ଗୋଟି ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସମସ୍ତ ୩୧୪ ଗୋଟି ବ୍ଲକରେ ଏହି ଘେରାଉ କରାଯାଇଥିଲା। ଏହି ଅବସରରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବି.ଡି.ଓ.ଙ୍କ ଜରିଆରେ ପ୍ରଦାନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସରେ ଯୋଗଦେଲେ ଓଡିଶାର ୪ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ବରିଷ୍ଠ ପୂର୍ବତନ ପ୍ରଶାସନିକ ଅଧିକାରୀ ଦଳରେ ଯୋଗଦେଇଛନ୍ତି। ସେମାନେ ହେଲେ ଏମ୍‌ଏସ୍‌ଏମ୍‌ଇ ର ପୂର୍ବତନ ସଚିବ ପଞ୍ଚାନନ ଦାସ, ଷ୍ଟିଲ୍ ଓ ମାଇନ୍‌ସର ସ୍ୱତନ୍ତ୍ର ସଚିବ, ବିଶ୍ୱନାଥ ଆଚାର୍ଯ୍ୟ, ଅବସରପ୍ରାପ୍ତ ବି.ଡ଼ି.ଏ. ସଚିବ ଏବଂ ରାଜ୍ୟ ଘରୋଇ ବିଭାଗ (ପ୍ରୋଟକଲ) ସ୍ୱତନ୍ତ୍ର ସଚିବ ରବୀନ୍ଦ୍ର ନାଥ ମିଶ୍ର, ଅବସର ପ୍ରାପ୍ତ ଓ.ଏ.ଏସ୍‌., ଶ୍ରୀ ଉଦ୍ଧବ କର କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହି ଉପଲକ୍ଷେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଡଃ ଏ. ଚେଲ୍ଲା କୁମାର ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ପ୍ରଚାର କମିଟର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି କଂଗ୍ରେସ ଦଳରେ ଆନୁଷ୍ଠାନକ ଭାବେ ସାମିଲ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଭୂଜବଳ ମାଝି, ଡଃ ଲଲାଟେନ୍ଦୁ ମହାପାତ୍ର, ମାନସ ଚୌଧୂୁରୀ, ସୁଦର୍ଶନ ଦାସ, ତରୁଣ ମିଶ୍ର, ଅଶୋକ ଦାସ, ମନୋରଞ୍ଜନ ଦାସ, ରଜନୀ ମହାନ୍ତି, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ମୋତିଲାଲ ଦାସ, ନରୋତମ ନାୟକ, ପ୍ରଦୀପ ମହାପାତ୍ର, ମିହିର ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଦୀପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପ ବଳିଆର ସିଂ, ପ୍ରମୁଖ ଅଂଶ୍ର ଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା କଂଗ୍ରେସର ନୂଆ କର୍ମକର୍ତ୍ତାଙ୍କ ନାମ, ରହିଲେ ପାଞ୍ଚ ଜଣ ବରିଷ୍ଠ ଉପସଭାପତି

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କମିଟର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରୁ ଏହି ତାଲିକା ପ୍ରକାଶ ପାଇଛି। ଶରତ ପଟ୍ଟନାୟକ ନୂଆ ସଭାପତି ହେବା ପରେ ଏହି ତାଲିକା କରାଯାଇଛି। ଏଥିରେ ପାଞ୍ଚ ଜଣ ବରିଷ୍ଠ ଉପସଭାପତି ଥିବା ବେଳେ ବାର ଜଣ ଉପସଭାପତି ଅଛନ୍ତି। ସେମାନେ ହେଲେ

ସେହିପରି ଏହି ତାଲିକାରେ 67 ଜଣଙ୍କୁ କାର୍ଯ୍ୟକାରୀ କମିଟିକୁ ମନୋନିତ କରାଯାଇଛି। ଏଥିରେ ଖୋଦ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ନରସିଂହ ମିଶ୍ର, କାହ୍ନୁ ଲେଙ୍କା, କେପି ସିଂହଦେଓ, ନିରଂଜନ ପଟ୍ଟନାୟକ ପ୍ରମୁଖ ରହିଛନ୍ତି।

ଏଥିରେ 39 ଜଣଙ୍କୁ ସାଧାରଣ ସଂପାଦକ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନେ ହେଲେ ରବିନ୍ଦ୍ର ମଲ୍ଲିକ, ଲଲାଟେନ୍ଦୁ ମହାରଥା, ଘାସିରାମ ମାଝି, ନିମାଇ ସରକାର ପ୍ରମୁଖ ରହିଛନ୍ତି।

ଏହି ତାଲିକାରେ 30 ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ପ୍ରିୟଜିତ ରାୟ, ସନାତନ ମିଶ୍ର, ଅଭିଳାଷ ମନିଆ, ସଂଗ୍ରାମ କେଶରୀ ଦାସ ପ୍ରମୁଖ ରହିଛନ୍ତି।

ପୂର୍ବରୁ ଏଆଇସିସି ପ୍ରଦେଶ କଂଗ୍ରେସ ପାଇଁ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି। ଶରତ ପଟ୍ଟନାୟକ ସଭାପତି ହେବା ପରେ ଦଳର ନବେକଳବର କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଭୁବନେଶ୍ବର ଫେରିବେ ବିଜୟ ପଟ୍ଟନାୟକ, କଂଗ୍ରେସର ବଡ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଫେରିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ସେ ନୂଆଦିଲ୍ଲୀରେ କଂଗ୍ରେସ ଦଳରେ ଯୋଗଦେବା ପରେ ଭୁବନେଶ୍ବର ଫେରୁଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରଦେଶ କଂଗ୍ରେସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେ ଆସନ୍ତାକାଲି ଦିନ ୧୧ ଟା ୩୦ ରେ ଭୁବନେଶ୍ୱର ବିମାନବନ୍ଦର ରେ ପହଞ୍ଚିବା ପରେ ତାଙ୍କୁ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ କଂଗ୍ରେସ ଭବନ ନିଆଯିବ। ସେଠାରେ ଦଳ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ବିଜୟ ପଟ୍ଟନାୟକ ଏକ ସାମ୍ୱାଦିକ ସମ୍ମିଳନୀରେ ଉଦବୋଧନ ଦେବେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଦେଶ କଂଗ୍ରେସ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ, ଭାରତ ଯୋଡୋ ଅଭିଯାନ ଉପରେ ରଖିଲେ ମତ

ଭୁବନେଶ୍ୱର: ସଂପ୍ରତି ଦେଶରେ କଂଗ୍ରେସ ଦଳ ପକ୍ଷରୁ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା ପ୍ରତି ଦେଶବାସୀଙ୍କର ଅଭୁତପୂର୍ବ ଜନ ସମର୍ଥନ ମିଳୁଛି। ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଲେଖକ ଇତ୍ୟାଦି ବିଭିନ୍ନ ବର୍ଗର ଲୋକମାନେ ଏହା ସହିତ ଯୋଡ଼ି ହେଉଛନ୍ତି। ଓଡ଼ିଶାରେ ମଧ୍ୟ ଏହାର ଆଭାସ ମିଳିଛି। ଗତକାଲି ଓଡ଼ିଶାର ବୁଦ୍ଧିଜୀବି, ଲେଖକ, ସାମାଜିକ କର୍ମୀ, ପୂର୍ବତନ ପ୍ରଶାସକ, କଳାକାର ପ୍ରମୁଖ ଏହା ସହିତ ଯୋଡ଼ି ହୋଇଛନ୍ତି।

ଏହି ଉପଲକ୍ଷେ ଆୟୋଜିତ ଏକ ବୁଦ୍ଧିଜୀବୀ ଓ ସାମାଜିକ ସମ୍ମିଳନୀରେ ଯୋଗ ଦେଇ ସେମାନେ ଭାରତ ଯୋଡ଼ୋ ଯାତ୍ରା ପ୍ରତି ସେମାନଙ୍କର ସମର୍ଥନ ଜ୍ଞାପନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଯୋଗଦେଇ ଦେଶର ସାଂପ୍ରତିକ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦୂରବସ୍ଥା ସମୟରେ ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ମାନେ ନୀରବ ଦ୍ରଷ୍ଟା ହୋଇ ନରହି ବାହାରକୁ ଆସି ଏହାର ପ୍ରବାଦ କରିବାକୁ ଆହ୍ୱାନ ଦେଇଥିଲେ।

ଆର ଏସ ଏସ ଓ ବିଜେପିର ଜନବିରୋଧି ନୀତି, ସମ୍ବିଧାନ ପ୍ରତି ଅସମ୍ମାନ, ଦରଦାମ ଓ ବେକାରୀକୁ ନିୟନ୍ତ୍ରଣ କରିବାରେ ବିଫଳତା ବିରୁଦ୍ଧରେ ସେମାନେ ସ୍ୱର ଉତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ଦଳର ଜାତୀୟ ପ୍ରବକ୍ତା ଶ୍ରୀ ଜୟରାମ ରମେଶ ଏଥିରେ ଯୋଗଦେଇ ଭାରତ ଯୋଡ଼ୋର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ପ୍ରତି କେନ୍ଦ୍ରର ବିଜେପି ଦେଶକୁ ଘୃଣା ଓ ବିଦ୍ୱେଷ ଭିତରକୁ ନେଇ ଯାଉଛି। ଧନୀ ଓ ଗରିବ ଭିତରେ ପାର୍ଥକ୍ୟ ବଢ଼ି ବଢ଼ି ଚାଲିଛି। ଦେଶର ଏକତା ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି।

ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଦେଶବାସୀଙ୍କୁ ଯୋଡ଼ିବା ସହିତ ବିଜେପିକୁ ସେଥିରୁ କ୍ଷାନ୍ତ ହେବାକୁ ବାଧ୍ୟ କରିବା ଆଜିର ଆହ୍ୱାନ ବୋଲି ସେ କହିଥିଲେ। ବରିଷ୍ଟ ସାମ୍ବାଦିକ ରବିଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାରେ ବିଜେଡ଼ି ଓ କେନ୍ଦ୍ର ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଏବଂ ଏହି ଦୁଇ ଶକ୍ତିକୁ ପରାସ୍ତ କରିବାପାଇଁ ସେ ଓଡ଼ିଶାରେ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନଙ୍କୁ ନିବେଦନ କରିଥିଲେ।

ଭାରତର ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତୀ ଅରୁଣା ରାୟ ଏଥିରେ ଯୋଗଦେଇ ବିଭେଡକାରୀ ଓ ସାମ୍ପ୍ରଦାୟିକ ଶକ୍ତି ଦେଶପାଇଁ ବିପଦ ଏବଂ ଏହା ବିରୁଦ୍ଧରେ ସମସ୍ତେ ଏକାଠି ହେବା ଆଜି ଜରୁରୀ ବୋଲି କହିଥିଲେ। ପୂର୍ବତନ ବିଚାରପତି ଶ୍ରୀ ମନୋରଞ୍ଜନ ମହାନ୍ତି ଗାନ୍ଧୀଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରି ସାମ୍ପ୍ରଦୟିକ ଶକ୍ତିକୁ ପରାସ୍ତ କରିବାପାଇଁ ପ୍ରସ୍ତାବ ରଖିଥିଲେ। ବିଶିଷ୍ଟ ପ୍ରଶାସକ ଶ୍ରୀ ଅରବିନ୍ଦ ବେହେରା ସମ୍ପ୍ରତି ରାଜନୀତି ରେ ମୂଲ୍ୟବୋଧର ଅବକ୍ଷୟ ଉପରେ ଚିନ୍ତା ପ୍ରକଟ କରିବା ସହିତ କଂଗ୍ରେସ ତାର ମୌଳିକ ମୂଲ୍ୟବୋଧ ଉପରେ ରାଜନୀତିକୁ ଶାଣିତ କରିବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିନୟ ରଥ, ଗାନ୍ଧୀ ଯୁବ ଫାଉଣ୍ଡେସନ ଅଧ୍ୟକ୍ଷ ବିଶ୍ୱଜିତ ରାୟ, ପ୍ରଫେସର ବିଜୟ ବହିଦାର, ପ୍ରଫେସର ଖାରବେଳ ମହାନ୍ତି, ପ୍ରଫେସର ଅମିୟ ମହାନ୍ତି, ପ୍ରଫେସର ବସନ୍ତ ମଲ୍ଲିକ, ମଧୁମିତା ରାୟ, ପ୍ରଦୀପ ପ୍ରଧାନ, ନଟବର ଖୁଂଟିଆ,କେଦାର ମିଶ୍ର, ବିଦ୍ୟୁତ ମହାନ୍ତି,ଦେବୀ ପୃଷ୍ଟି, ମନୋଜ ପ୍ରଧାନ ପ୍ରମୁଖ ଏଥିରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋଙ୍କ ସହିତ ବିସ୍ମୟ ମହାପାତ୍ର, ଅମିୟ ପାଣ୍ଡବ ଓ ସୁଦର୍ଶନ ଦାସ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବନ୍ୟା ମୁକାବିଲା ପାଇଁ ସରକାର ସର୍ବଦଳୀୟ ବୈଠକ ଡାକନ୍ତୁ, ଆହ୍ବାନ ଦେଲେ କଂଗ୍ରେସ ସଭାପତି

ଭୁବନେଶ୍ୱର : ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଟି ଜିଲ୍ଲା ପ୍ରଭାବିତ ହୋଇଥିଲାବେଳେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି ଚରମ ଦୁର୍ଦ୍ଦଶାରେ କାଳତିପାତ କରୁଛନ୍ତି। ସରକାରଙ୍କର ଅଦୁରଦର୍ଶିତା ଓ ଅପରିଣାମଦର୍ଶିତା ପାଇଁ ରାଜ୍ୟବାସୀ ବନ୍ୟାରେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଯଦି ରାଜ୍ୟ ସରକାରଙ୍କର ସତ୍‌ସାହସ ଅଛି ଓ ବନ୍ୟାର ନିୟନ୍ତ୍ରଣ ପାଇଁ ସାମନ୍ୟତମ ଆନ୍ତରିକତା ଅଛି ତେବେ ସର୍ବଦଳୀୟ ଓ ବିଶେଷଜ୍ଞମାନଙ୍କ ବୈଠକ ଡାକନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇଛନ୍ତି।

କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ସଂଘଠିତ ହେଉଥିବା ବନ୍ୟା ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପକ୍ଷରୁ ଏକ ବନ୍ୟା ଅନୁଧ୍ୟାନକାରୀ କମିଟି ରାଜ୍ୟର ପ୍ରଭାବିତ ୧୫ ଜିଲ୍ଲା ଗ୍ରସ୍ତ କରି ପରିସ୍ଥିତି ପରିଖି ଥିଲେ ଓ ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ। ସେଥିରୁ ଯାହା ନିର୍ଯ୍ୟାସ ବାହାରିଲା ସରକାର କେବଳ ମିଛ ପ୍ରଚାରରେ ବ୍ୟସ୍ତ ବୋଲି ଜଣାପଡ଼ିଲା

ଏହି ବୈଠକରେ କଂଗ୍ରେସ ବନ୍ୟା ଅନୁଧ୍ୟାନକାରୀ କମିଟିର ଅଧ୍ୟକ୍ଷ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ ପି.ସି.ସି ସଭାପତିଙ୍କ ଅଭିଯୋଗକୁ ସମର୍ଥନ କରିବା ସହ କହିଛନ୍ତି ଯେ, ସରକାରଙ୍କର ବିଫଳତା ପାଇଁ ଆଜି ରାଜ୍ୟରେ ସରକାରୀକୃତ ବନ୍ୟା ଦେଖାଦେଇଛି।

ସେହିପରି ବନ୍ୟା ପ୍ରଭାବିତ ଅଂଚଳରେ କଂଗ୍ରେସ ଦଳ ପକ୍ଷରୁ ରିଲଫ୍ ସହାୟତା ପର୍ଯ୍ୟାପ୍ତ ପରିମାଣରେ ରିଲଫ୍ ସହାୟତା ଯୋଗାଇ ଦିଆଯାଇଥିବା ଯୋଗୁଁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ପିସିସି ସଭାପତି ଶ୍ରୀଯକ୍ତ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର ଓ ପି.ସି.ସି କୃଷକ ସେଲ୍‌ର ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ରାଜଭବନ ଘେରିବ ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର: ଆଜି ରାଜଭବନ ଘେରିବ ରାଜ୍ୟ କଂଗ୍ରେସ। ବର୍ତ୍ତମାନ ଦେଶରେ ଯେପରି ଦରଦାମ ବୃଦ୍ଧି ହୋଇଛି, ବେକାରୀ ସମସ୍ୟା, ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ ବିରୋଧରେ ଏହି ଘେରାଉ କରିବ।

ପିସିସି ସଭାପତିଙ୍କ ନେତୃତ୍ୱରେ କେନ୍ଦ୍ର ବିରୋଧରେ ଦଳ ପ୍ରତିବାଦ ସଭା କରିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ଦେବ। ସେହିପରି ଜିଲ୍ଲାସ୍ତରରେ ମଧ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ।

ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ସରକାରଙ୍କ ବିଫଳ ନିତିକୁ ନେଇ ମଧ୍ୟ ଏହି ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ସୋନିଆ ଗାନ୍ଧୀଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଦୀପ ଦାନ

ଭୁବନେଶ୍ୱର: ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ତରଫରୁ ଆଜି ରାମ ମନ୍ଦିର ସାମନାରେ ୧୦୮ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ପ୍ରଭୁ ଜଗନ୍ନାଥ ଶ୍ରୀମତୀ ଗାନ୍ଧୀଙ୍କୁ ଶୀଘ୍ର ଅଶେଷ ଆଶୀର୍ବାଦ କରନ୍ତୁ ପ୍ରଭୁଙ୍କ କୃପା ତାଙ୍କ ଉପରେ ସବୁବେଳେ ରହୁ । ସେ ଯଥାଶୀଘ୍ର ସଂପୂର୍ଣ୍ଣ ଆରୋଗ୍ୟ ହୋଇ ସାଧାରଣ ଜୀବନକୁ ଶୀଘ୍ର ଫେରନ୍ତୁ ।

ଦେଶ ଏକ ଘଡ଼ିସନ୍ଦି ମୁହୂର୍ତ ଦେଇ ଗତି କରୁଛି । ଏଭଳି ସ୍ଥିତିରେ ତାଙ୍କର ନେତୃତ୍ୱର ଦୃଢ଼ ଆବଶ୍ୟକତା ରହିଛି । ଏହି ସମୂହ ଦ୍ୱୀପଦାନ କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରୀମତୀ ଚୈତାଳୀ ପଟ୍ଟନାୟକ, ରିନା ସାହୁ, ରଜନୀ ମହାନ୍ତି, ମିହିର ଆଚାର‌୍ୟ୍ୟ, ଜୟକୃଷ୍ଣ ସୁବୁଦ୍ଧି, ମଂଟୁ ମଲ୍ଲିକ, ଦେବୀପ୍ରସାଦ ବାହାଲିଆ, ଶତୃଘନ ବେହେରା, ମାନସ ସେଠୀ, ମୋହନ ଜେନା, ସ୍ପନ୍ଦନ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜିଠାରୁ କଂଗ୍ରେସର ଆକ୍ରମଣାତ୍ମକ ପଦକ୍ଷେପ, ଦିଲ୍ଲୀରୁ ଫେରିବେ ସଭାପତି

ଭୁବନେଶ୍ବର: ଆଜିଠାରୁ ପ୍ରଦେଶ କଂଗ୍ରେସର ଆରମ୍ଭ ହେବ ଆକ୍ରମଣାତ୍ମକ ପଦକ୍ଷେପ। କାରଣ ହେଲା ରାଜ୍ୟ କଂଗ୍ରେସର ସଭାପତି ଭାବେ ଶରତ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ହେଲେ ସେ ଏ ପର୍ଯ୍ୟନ୍ତ କଂଗ୍ରେସ ଭବନରେ ଦାୟିତ୍ବ ଗ୍ରହଣ କରି ନାହାଁନ୍ତି। ଆଜି ସେ ନୂଆଦିଲ୍ଲୀରୁ ଫେରୁଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ସେ ସିଧା କଂଗ୍ରେସ ଭବନ ଆସି ମଙ୍ଗ ସମ୍ଭାଳିବେ।

ଆଜି ଶରତ ପଟ୍ଟନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିବା ପାଇଁ କଂଗ୍ରେସ ତରଫରୁ ଏକ ବଡ ଶୋଭାଯାତ୍ରାରର ଆୟୋଜନ କରାଯାଇଛି। ବିମାନ ବନ୍ଦରରୁ ତାଙ୍କୁ ସ୍ବାଗତ କରାଯାଇଛି ଶୋଭାଯାତ୍ରାରେ କଂଗ୍ରେସ ଭବନ ଅଣାଯିବ। ଏହାପରେ ସେ ଆଗାମୀ ନିର୍ବାଚନ ପାଇଁ ଆରମ୍ଭ କରିବେ ପଦକ୍ଷେପ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ କଂଗ୍ରେସର ନବ ସଂକଳ୍ପ ଚିନ୍ତନ ଶିବିର, ଟାର୍ଗେଟରେ କେନ୍ଦ୍ର ରାଜ୍ୟ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବ ସଂକଳ୍ପ ଶିବିର ଭୁବନେଶ୍ୱର ଇନିଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରର୍ସ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା। ଅଖିଳ ଭାରତ କଂଗ୍ରେସ କମିଟିର ଉଦୟପୁର ନବ ସଂକଳ୍ପ ଚିନ୍ତନ ଶିବିରର ନିଷ୍ପତିକୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରିବା ନେଇ ଆଜି ଏହି ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥିଲା।

ସର୍ବପ୍ରଥମେ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ତତ୍ୱାବଧାନରେ ଦଳୀୟ ପତାକା ଉତୋଳନ କରାଯାଇଥିଲା ଏବଂ ସଭାକକ୍ଷରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ କହିଲେ ଯେ ବିଗତ ୮ ବର୍ଷ ଧରି ଏ ସରକାର ଦେଶକୁ ଲୁଟ କରିବାଛଡ଼ା ଆଉ କିଛି କରିନାହିଁ । ଦେଶବାସୀଙ୍କୁ ଆଛେଦିନର ସ୍ୱପ୍ନ ଦେଖାଇ ଲୋକମାନଙ୍କ ଉପରେ ମହଙ୍ଗାଇର ବୋଝ ଲଦିଦିଆଯାଇଛି।

ଅଟା, ଅଣ୍ଡା, ପନିପରିବା, ମାଛ, ତେଲ, ଲୁଣ, ଡାଲି ପ୍ରଭୃତି ଅତ୍ୟାବଶ୍ୟକୀୟ ପଦାର୍ଥର ଦାମ ୨୦୧୪ ରେ ଯାହାଥିଲା ଆଜି ଶତପ୍ରତିଶତ ବଢ଼ିଯାଇଛି । ଲୋକଙ୍କ ପାଖରେ ରୋଜଗାର ନାହିଁ । ଭାରତ ବର୍ଷର ୪୫ କୋଟି ଲୋକ ଆଜି ବେରୋଜଗାର ହୋଇ ଯାଇଛନ୍ତି । ବେରୋଜଗାରୀ ମୋଦି ସରକାର ସମୟରେ ୪୫ ବର୍ଷର ରେକର୍ଡ ଭାଙ୍ଗିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ଏହି ଶିବିରରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡଃ ଏ ଚେଲା କୁମାର ନିଜ ଅଭିଭାଷଣରେ କହିଥିଲେ ଯେ ସାରା ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରାଯିବ। ଏବଂ ସାରା ଓଡ଼ିଶାରେ କୋଣ ଅନୁକୋଣକୁୁ କଂଗ୍ରେସ ଚିନ୍ତାଧାରାର ବାର୍ତା ପହଂଚାଯିବ। କେନ୍ଦ୍ରରେ ଦୀର୍ଘ ୮ ବର୍ଷ ଧରି ଏକ ଜନବିରୋଧି ସାଂପ୍ରଦାୟିକତା ସୃଷ୍ଟି କରୁଥିବା ଏକ ସରକାର ବିରୁଦ୍ଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଏକ ଜନବିପ୍ଳବ ସୃଷ୍ଟି କରିବ। ଠିକ୍ ସେହିପରି ଭାବରେ ଦୀର୍ଘ ୨୨ ବର୍ଷଧରି ରାଜ୍ୟର ଜଳ, ଜଙ୍ଗଲ, ଜମି ଓ ଖଣି ଲୁଟ କରିଥିବା ସରକାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢ଼େଇ ହେବ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଲେ ଯେ ଓଡ଼ିଶାର ସସସ୍ତ ଖଣିକୁ ରାଜ୍ୟ ସରକାର ନିଜସ୍ୱ ହାତକୁ ଯଦି ନିଅନ୍ତି ତେବେ ରାଜ୍ୟ ୧ଲକ୍ଷ ଟଙ୍କା ରାଜସ୍ୱ ପାଇବ ମାତ୍ର ଓଡ଼ିଶା ସରକାର କାହା ସ୍ୱାର୍ଥରେ ଏହା କରୁ ନାହାନ୍ତି ତାହା ଜଣା ନାହିଁ। ଭବିଷ୍ୟତ ପାଇଁ ସରକାର ଏହାପାଇଁ ବହୁମୂଲ୍ୟ ନିଶ୍ଚୟ ଦେବେ। ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଲେଯେ କଂଗ୍ରେସ ଭିତରେ ଏକତା ଏକାନ୍ତ ଆବଶ୍ୟକତା ରହିଛି। କଂଗ୍ରେସର ଶୃଙ୍ଖଳା ସବୁସ୍ତରରେ ଏକାନ୍ତ କାମ୍ୟ।

ଆମ ଭିତରେ ଥିବା କନ୍ଦଳ ଯୋଗୁଁ ଆଜି କଂଗ୍ରେସ ଦୁର୍ବଳ ହୋଇଛି। ଫଳରେ ଆମେ ବିରୋଧିଙ୍କୁ ଉପଯୁକ୍ତ ଭାବରେ ଲଢ଼ି ପାରିଲୁ ନାହିଁ। ଓଡ଼ିଶାର ଜନସାଧାରଣ ଉଭୟ ମୋଦୀ ଓ ନବୀନ ସରକାର ଉପରେ ଅତିଷ୍ଠ ହୋଇ ସାରିଛନ୍ତି । ରାଜ୍ୟର ଛାତ୍ର, ଶିକ୍ଷିତ ଯୁବକ, କୃଷକ, ସାଧାରଣ ମହିଳାଙ୍କ ଠାରୁ ଆରମ୍ଭ କରି ମଧ୍ୟବିତ, ନିମ୍ନ ମଧ୍ୟବିତ, ଶ୍ରମିକ କେହି ଖୁସିରେ ନାହାଁନ୍ତି। ୨୨ ବର୍ଷ ଭିତରେ ପାହାଡ ଭଳି ପ୍ରତିଶ୍ରୁତି ଲୋକଙ୍କୁ ଦିଆଯାଇଛି, କିନ୍ତୁ ଗୋଟିଏ ହେଲେ ପ୍ରତିଶ୍ରୁତି ପାଳନ ହୋଇନାହିଁ।

ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ପଂଚାନନ କାନୁନଗୋ ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଶରତ ରାଉତ, ସାଂସଦ ସପ୍ତଗିରି ଉଲ୍ଲାକା, ସସ୍ମିତା ବେହେରା, ବିଧାୟକ ସୁରେଶ କୁମାର ରାଉତରାୟ, ରାଜନ ଏକ୍କା, ଅଧିରାଜ ମୋହନ ପାଣିଗ୍ରାହି, ସନ୍ତୋଷ ସିଂ ସାଲୁଜା, ଦାଶରଥି ଗମାଙ୍ଗ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ଲେଙ୍କା ପ୍ରମୁଖ ଅଭିଭାଷଣରେ କହିଥିଲେ ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅପାରଗତା ଓ ଜନବିରୋଧି ନୀତି ନେଇ କଂଗ୍ରେସ ପ୍ରତ୍ୟେକ ପରିବାର ପାଖରେ ପଂହଚିବ ।

କଂଗ୍ରେସ ବସୁଧୈବ କୁଟୁମ୍ବକମ ନୀତିରେ ବିଶ୍ୱାସ କରେ ଆସନ୍ତା ଅଗଷ୍ଟ ୯ ଠାରୁ କଂଗ୍ରେସ ଭାରତ ଯୋଡ ଅଭିଯାନ ଆରମ୍ଭ କରିବ କରିବ । ଭାରତ ବର୍ଷକୁ ବିଭାଜନକାରୀ ସାଂପ୍ରଦାୟିକ ଶକ୍ତି କବଳରୁୂ ରକ୍ଷା କରିବା ପାଇଁ ସଂକଳ୍ପ ପାରିତ ହୋଇଛି । ଭାରତ ବର୍ଷର ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ଭାରତ ବର୍ଷର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲଭଭାଇ ପଟେଲ, ମୌଲାନା ଆବୁଲ କାଲାମ ଆଜାଦ, ଡ଼. ବି. ଆର ଆମ୍ବେଦକରଙ୍କ ଦୂରଦୃଷ୍ଟି ଯୋଗୁଁ ଭାରତ ବର୍ଷରେ ଏମ୍‌ସ, ଆଇଆଇଟି, ଆଇଆଇଏମ ଠାରୁ ଆରମ୍ଭ କରି ବୃହତ ନଦୀ ବନ୍ଧ ଯୋଜନା, ବୃହତ ଶିଳ୍ପ ଏବଂ ବିଦ୍ୟୁତ, ଦୁଗ୍ଧ ଉତ୍ପାଦନ କରି ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ ଓ ହରିତ ବିପ୍ଳବ କରିଥିଲା କିନ୍ତୁ ଆଜିର ଭାରତ ବର୍ଷରେ ଯେଉଁ ଯାତୀୟ ସଂପତି ଦେଖୁଛନ୍ତି ସେ ବୀମା କମ୍ପାନୀ ଠାରୁ ଆରମ୍ଭ କରି ରେଳପଥ, ବିମାନବନ୍ଦର, ବ୍ୟାଙ୍କ, ବିଏସନେଲ ଆଜି ଏହି ଅପାରଗ ସରକାର ବିକ୍ରୀ କରିଚାଲିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କୁ କଂଗ୍ରେସର କଡା ସମାଲୋଚନା, କହିଲେ ଏପରି କଥା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ବାରମ୍ବାର କୁହନ୍ତି ଆଇନ୍ ତା’ ବାଟରେ ଯିବ । କିନ୍ତୁ ଆଇନ ନା ତା’ ବାଟରେ ଯାଉଛି ନା ଅପରାଧିମାନଙ୍କୁ ଧରିବା ବାଟରେ ଯାଉଛି । ରାଜ୍ୟରେ ସଂଗଠିତ ହେଉଥିବା ଅପରାଧିଗୁଡ଼ିକରେ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନଙ୍କର ସମ୍ପ୍ରତି ଯୋଗୁଁ ଆଇନ ରାଜ୍ୟରେ ସଂପୂର୍ଣ୍ଣ ଭାବେ ଅବଟାରେ ଯାଉଛି ବୋଲି ବିଜୁ ଜନତା ଦଳ ଓ ସରକାରଙ୍କୁ କଡ଼ା ଟାର୍ଗେଟ କରିଛି କଂଗ୍ରେସ ।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଆଇନ ତା’ ବାଟରେ ଯିବ ବୋଲି କହନ୍ତି । କେବଳ ମୁଖ୍ୟମନ୍ତ୍ରୀ ନୁହେଁ, ବିଜୁ ଜନତା ଦଳର ବରିଷ୍ଠ ନେତା ମନ୍ତ୍ରୀ ଓ ସାଧାରଣ ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଏହି ଉକ୍ତିକୁ ବହୁଳ ଭାବରେ ପ୍ରଚାର ଓ ପ୍ରସାର କରନ୍ତି ।

ବୋଧହୁଏ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀମାନେ ଭାବନ୍ତି ଯେ, ଆଇନ୍ ତା’ ବାଟରେ ପଳେଇବ କିନ୍ତୁ ସେଥିପାଇଁ ବିଜୁ ଜନତା ଦଳର ନେତା, କର୍ମୀମାନେ ଅପରାଧ କରିବାକୁ ପଛଉନାହାଁନ୍ତି । ଅପରାଧ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ପୁଲିସ୍ ପ୍ରଶାସନ ଏହି ଶାସକ ଦଳ ସମର୍ଥିତ ଗୁଣ୍ଡାମାନଙ୍କର ସମର୍ଥକ ହୋଇଥିବା ସେ ଅଭିଯୋଗ କରିଥିଲେ ।

ରାଜ୍ୟ ସରକାର ମାନ୍ୟବର ସୁପ୍ରିମ୍‌କୋର୍ଟରେ ଆଫିଡେବିଟ୍ ଦେଇ ପରୋକ୍ଷରେ ସ୍ୱୀକାର କରିଛନ୍ତି ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା ଓ ନାବାଳିକା ନିର୍ଯ୍ୟାତନାରେ ଓଡ଼ିଶା ଦେଶରେ ସର୍ବାଗ୍ରେ । ନାରୀ ନିର୍ଯ୍ୟାତନାରେ ଅପବାଦ ମୁଣ୍ଡାଇଥିବା ଓଡ଼ିଶା ଯୋଗୁଁ ବୋଧହୁଏ ରାଜ୍ୟ ସରକାର ନାରୀ ପ୍ରତି ହେଉଥିବା ନିର୍ଯ୍ୟାତନା ମାମଲାରେ କେସ୍ ଦରଦ ନ କରିବାକୁ ପୁଲିସ୍ ପ୍ରଶାସନକୁ ଅଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ରାଜ୍ୟର ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ୍ ଏତଲାକୁ ଦରଜ କରିନଥିଲା ।

ଅନ୍ୟପଟେ ଶାସକ ଦଳର ବିଧାୟକଙ୍କ ବିରୋଧି ଯୌନ ଶୋଷଣ ମାମଲା ଭୁବନେଶ୍ୱର ଖଣ୍ଡଗିରି ଥାନାରେ ପଞ୍ଜିକୃତ ହୋଇପାରୁନାହିଁ । ମାନ୍ୟବର ସୁପ୍ରିମ୍‌କୋର୍ଟ ସ୍ପଷ୍ଟଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ସଙ୍ଗିନ୍ ଦଫା ମାମଲାରେ ପୁଲିସ୍ ଏତଲା ପଞ୍ଜିକରଣ କରିବାକୁ ବାଧ୍ୟ । କିନ୍ତୁ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଧର୍ଷଣ, ହତ୍ୟା, ମହିଳା ଓ ଶିଶୁ ନିର୍ଯ୍ୟାତନା, ଅପହରଣ ମାମଲାରେ ମଧ୍ୟ ପୁଲିସ୍ ଜାଣିଶୁଣି ଅଭିଯୋଗଗୁଡ଼ିକର ପଞ୍ଜିକରଣ କରୁନାହିଁ, ଯାହା ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶନାମାର ଖୋଲା ଉଲଘଂନ ଏବଂ ପୁଲିସର ଏତାଦୃଶ ମନୋଭାବ ଜାରି ରହିଲେ ରାଜ୍ୟରେ ମହିଳା ଓ ନାବାଳିକାମାନେ ସୁରକ୍ଷିତ ନୁହଁନ୍ତି ।

ଯେଉଁଥିପାଇଁ ଅସନ୍ତୋଷସ୍ୱରୂପ ରାଜ୍ୟରେ ବି.ଜେ.ଡ଼ି ସେ ବେଟି ବଚାଓ ଭଳି ସ୍ଲୋଗାନ ଆରମ୍ଭ ହୋଇଗଲାଣି । ମହିଳା ସଶକ୍ତିକରଣର ନାରା ଦେଉଥିବା ରାଜ୍ୟ ସରକାର ପ୍ରକୃତରେ ମହିଳାଙ୍କୁ ଶୋଷଣ କରୁଛି । ମମିତା, ମାଧବୀଲତା, ଇତିଶ୍ରୀ, କୁନ୍ଦୁଲି, ବେବିନା ଭଳି ବହୁ ଯୁବତୀଙ୍କୁ ହତ୍ୟା କରାଯାଉଛି ଏବଂ ଏ ଘଟଣାର ହତ୍ୟାକାରୀମାନେ ଆଇନର ପରିଧି ଭିତରେ ଆସୁନାହାନ୍ତି ।

ପ୍ରତ୍ୟେକ ଅପରାଧି ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ଉପରେ ଶାସକ ବିଜୁ ଜନତା ଦଳର ନେତାମନ୍ତ୍ରୀ, ପ୍ରଶାସନ ଓ ପୁଲିସ୍‌ର ପ୍ରସନ୍ନ ଆର୍ଶିବାଦ ଥିବା ଭଳି ମନେ ହେଉଛି । ଅପରାଧିଙ୍କୁ ଦଣ୍ଡିତ କରିବାକୁ ଗଠିତ ହେଉଥିବା ଏ ବ୍ୟବସ୍ଥାର ଅବ୍ୟବସ୍ଥା ଯୋଗୁଁ ଆମ ପୂର୍ବ ପୁରୁଷମାନେ ଦୁଃଖିତ ହେଉଥିବେ । ଏହି ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଓ ମୁଖପାତ୍ର ମନୋରଞ୍ଜନ ଦାସ ଓ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଆସିଲା ଡାକରା, ବାହାରି ପଡିଲେଣି ସୁର ରାଉତରାୟ

ଭୁବନେଶ୍ବର : ଆସନ୍ତା 9 ତାରିଖରେ ଦଳର ସମସ୍ତ ବିଧାୟକମାନେ ଦିଲ୍ଲୀରେ ହାଜର ହୁଅ। ଏହିପରି ଏକ ନିର୍ଦ୍ଦେଶ ଦେଇଛି ଏଆଇସିସି। ଫଳରେ କଂଗ୍ରେସ ବିଧାୟକମାନେ ଆସନ୍ତାକାଲି ଦିଲ୍ଲୀ ଗସ୍ତ କରୁଥିବାର ଜଣାପଡିଛି। ଏ ନେଇ ସୂଚନା ଦେଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏଥିରେ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ।

ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ହେବାରେ ଲାଗିଛି। କାରଣ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ଫଳରେ ପରବର୍ତ୍ତି ସଭାପତି କିଏ ହେବ ସେ ନେଇ ଚାଲିଛି ଆଲୋଚନା। ଏହିପରି ଏକ ସ୍ଥିତିରେ ବିଧାୟକଙ୍କୁ ଦିଲ୍ଲୀ ଡକରା ଏହି ଚର୍ଚ୍ଚାକୁ ଆହୁରି ଜୋର କରିଛି।

Categories
PanchayatElection ବିଶେଷ ଖବର ରାଜ୍ୟ ଖବର

ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ୱର: ଆମେ ସ୍ୱାଧୀନତାର ୭୫ ବର୍ଷର ଅମୃତ ମହୋତ୍ସବ ପାଳନ କରୁଥିଲା ବେଳେ ଆଜି ଆମ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଆଜି ଏକ ବଡ଼ପ୍ରଶ୍ନବାଚୀ ହୋଇପଡିଛି ବୋଲି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଅତି କ୍ଷୋଭର ସହିତ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ମହାତ୍ମା ଗାନ୍ଧୀଙ୍କର ଭାରତ ବର୍ଷରେ ଆଜି ଯେଉଁଭଳି ଭାବରେ ହିଂସା, ଦ୍ୱେଷ, ଘୃଣା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିଚାଲିଛି, ତଦ୍ୱାରା ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ ଇତ୍ୟାଦି ମହାମନିଷଙ୍କର ସ୍ୱପ୍ନକୁ ଯେ ଆମେ ପ୍ରତିଦିନ କୁଠାରଘାତ କରୁଛୁ,ଏହା ମୋତେ ବ୍ୟକ୍ତିଗତ ଭାବେ ବହୁ ବ୍ୟଥିତ କରୁଛି ।

ଆମେ ସମସ୍ତେ ଯେଉଁମାନେ ରାଜନୀତି କରୁଛୁ, ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ । ଏ ରାଜ୍ୟରେ ୨୨ ବର୍ଷର ବିଜେଡ଼ି ସରକାର କେବଳ ଲୋକମାନଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣାଛଡ଼ା ସାଧାରଣ ଜନତାଙ୍କର ସମସ୍ୟାକୁ ଦୂର କରିବାରେ ଅସମର୍ଥ ହୋଇଛି ।

ପ୍ରଥମଥର ପାଇଁ ଭାରତ ବର୍ଷ ଏଭଳି ଏକ ପ୍ରଧାନମନ୍ତ୍ରୀ ପାଇଛି ଯାହାଙ୍କର ପ୍ରତିଦିନର ମୁଖ୍ୟ କାମ ହେଉଛି ମିଛ କହିବା ଏବଂ ମିଛକୁ ସତରେ ପରିଣତ କରିବା ପାଇଁ ଗଣମାଧ୍ୟମକୁ ଅସ୍ତ୍ରରୂପେ ବ୍ୟବହାର କରିବା । ଶ୍ରୀ ପଟ୍ଟନାୟକ ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ାଙ୍କ ହିଂସା ଓ ଗୁଣ୍ଡାଗିରି କଥା ଉଠାଇଲେ । ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତମାନର ବିଜେଡ଼ି ବିଧାୟକଙ୍କୁ ପଂଚାୟତକୁ ଆସିଥିବା ଅର୍ଥ ବାବଦରେ ପ୍ରଶ୍ନଟିଏ ପଚାରିଥିଲେ । ଏକ ପ୍ରଶ୍ନ ପଚାରିବା କ’ଣ ବଡ଼ ଅପରାଧକି? ଏଥିଯୋଗୁଁ ବିଜେଡ଼ି ବିଧାୟକ ପୂର୍ବତନ ବିଧାୟକଙ୍କୁ ମାରିବା ଓ ତାଙ୍କୁ ଅପମାନିତ କରିବା ଆମ ଗଣତନ୍ତ୍ର ପ୍ରତି ଉପହାସ କି ନାହିଁ?

ସୁବ୍ରତ ବାଗଚି ଏବଂ ତାଙ୍କ ପତ୍ନୀ ସୁସ୍ମିତା ବାଗଚୀଙ୍କୁ ଶ୍ରୀ ପ୍ରଶଂସା କରି କହିଲେ ଯେ ସେମାନେ ତାଙ୍କଦ୍ୱାରା ଅର୍ଜିତ ଅର୍ଥକୁ କିଭଳି ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଖର୍ଚ୍ଚ କରିବାପାଇଁ ସେ ଚେଷ୍ଟିତ । ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଯଦି ଏ ରାଜ୍ୟର ଶାସନ ବ୍ୟବସ୍ଥା ସ୍ୱଚ୍ଛ ତାହାହେଲ ଅଙ୍ଗନୱାଡ଼ି କର୍ମଚାରୀ, କନେଷ୍ଟବଳ, କିରାଣୀ ଓ ଏମାନଙ୍କ ପାଖରୁ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସଂପତି ଆସୁଛି କେଉଁଠୁ? ଯଦି ଏମାନଙ୍କ ପାଖରୁ ଏତେ ଟଙ୍କା ବାହାରୁଛି ତାହାହେଲେ ୨୨ ବର୍ଷର ସରକାରଙ୍କର ଏମଏଲଏ, ମନ୍ତ୍ରୀ ଓ ଦଳର ବିଭିନ୍ନ ଛାମୁଆ ତଥା ବଡ଼ ବଡ଼ ବାବୁମାନଙ୍କ ପାଖରେ କେତେ ଶହ କୋଟି ଟଙ୍କା ଅଛି । ଏସବୁର ହିସାବ ନବୀନ ବାବୁ ୨୨ ବର୍ଷଭିତରେ ଥରୁଟିଏ ଦେଲେ ନାହିଁ ।

ପରିବର୍ତନ ଆପେ ଆପେ ଆସେ ନାହିଁ ଜନସାଧାରଣଙ୍କ ଦ୍ୱାରା ପରିବର୍ତନ ହିଁ ଆସେ। ତେଣୁ ଓଡ଼ିଶାର ଚାରି କୋଟି ୫୦ଲକ୍ଷ ଭାଗ୍ୟ ବିଧାତାଙ୍କୁ ମୋର ବିନମ୍ର ନିବେଦନ ଓ ଅନୁରୋଧ ଆପଣ ଏକ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାର କରି ଆସନ୍ତା ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚିତ କରନ୍ତୁ । ଲୋକ ଅନୁଭବ କଲେଣି ପରିବର୍ତନ ଏକାନ୍ତ ଆବଶ୍ୟକ । ଆପଣମାନେ ପରିବର୍ତନର ବାହାକ ହୁଅନ୍ତୁ, ପରିବର୍ତନ ଅପରିହାର୍ଯ୍ୟ ।

ଲୋକ ବୁଝିଥିଲେ କଂଗ୍ରେସ ଭଲ ଭୋଟ ପାଇବ ଦୁର୍ନୀତି, ଭ୍ରଷ୍ଟାଚାର, ବାହୁବଳ ଓ ଅର୍ଥବଳ, ହିଂସା ଓ ନିର୍ଯ୍ୟାତନାକୁ ଯଦି ଆମେ ପୃଷ୍ଠପୋଷକତା କରିବୁ ଆମ ଗଣତନ୍ତ୍ର ନିଶ୍ଚୟ ଅଧିକରୁ ଅଧିକ ନିମ୍ନଗାମୀ ହେବ । ରାଜ୍ୟରେ ଓବିସିିସି ମାନଙ୍କୁ ନେଇ ଉଭୟ ରାଜନୈତିକ ଦଳ ବହୁତ କୁମ୍ଭୀର କାନ୍ଦଣା କାନ୍ଦନ୍ତି କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତାଙ୍କର ହକ୍‌କୁ ରାଜ୍ୟ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଦେବାରେ ବିଫଳ ।

କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ୪୪.୭୮ ପ୍ରତିଶତ ଓବିସି ବର୍ଗରୁ ପ୍ରାର୍ଥୀ ଦେଇଛି । ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆମେ ସମସ୍ତେ ରାଜନୀତି କରିବା ଉଚିତ ବୋଲି ଉପଦେଶ ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଶ୍ରୀ ଯଜେ୍ଞଶ୍ୱର ବାବୁ, ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।