Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋହନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ ବୋଲି କଂଗ୍ରେସର ଆହ୍ବାନ ପରେ ଅଡୁଆରେ ବିଜେଡି
ବିଶେଷ ଖବର

ମୋହନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ ବୋଲି କଂଗ୍ରେସର ଆହ୍ବାନ ପରେ ଅଡୁଆରେ ବିଜେଡି

July 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
assembly
ମୋହନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ ବୋଲି କଂଗ୍ରେସର ଆହ୍ବାନ ପରେ ଅଡୁଆରେ ବିଜେଡି

ଭୁବନେଶ୍ବର: ମୋହନ ସରକାରଙ୍କୁ ଅକଳରେ ପକାଇବା ପାଇଁ ପ୍ରଦେଶ କଂଗ୍ରେସ ଯଥା ସମ୍ଭବ ତାହାର କାର୍ଯ୍ୟରେ ଲାଗିଯାଇଛି। ଗୋଟିଏ ପଟେ କଂଗ୍ରେସ ତାହାର ଦବଦବା ଦେଖାଇବାକୁ ଚାହୁଁଥିବା ବେଳେ ବିଲେଇ କପାଳକୁ ଶିକା ଛିଣ୍ଡିଯାଇଛି। ଅର୍ଥାତ ଗତ କିଛି ମାସ ଧରି ବିଜେପି ସରକାର ଗୋଟିଏ ପରେ ଗୋଟିଏ ବଦନାମ ହେବାରେ ଲାଗିଛି। କେତେବେଳେ ପୁରୀରେ ଦଳ ଚକଟା ହେଉ କିମ୍ବା ବାଲେଶ୍ବରରେ ଛାତ୍ରୀ ମୃତ୍ୟୁ। ଏ ସବୁ ଭିତରେ ସରକାରଙ୍କୁ ଘାଣ୍ଟିବା ପାଇଁ ଏକ ଚ୍ୟାନସ କଂଗ୍ରେସକୁ ମିଳିଯାଇଛି।

କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ ବାରମ୍ବାର ରାସ୍ତାକୁ ଓହ୍ଲାଇବାରେ ଲାଗିଛି। ସେତିକି ନୁହେଁ ସେ ମଧ୍ୟ ଦିନରେ ତିନି ଚାରିଟି ସାମ୍ବାଦିକ ସମ୍ମିଳନୀ କରି ନିଜର ଦାବୀ ଉପସ୍ଥାପିତ କରୁଛି। ତେବେ ଏ ସବୁ ବାରମ୍ବାର କରିବା ପରେ ଏବେ ଭକ୍ତ ଦାସ ଏକ ନୂଆ କୌଶଳ ଆପଣେଇବାରେ ଲାଗିଛନ୍ତି। ତାହା ହେଲା ରାଜ୍ୟ ସରକାରଙ୍କୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଅସ୍ତ୍ର ପ୍ରୟୋଗ କରିବା।

ତେବେ ହିସାବ ଅନୁସାରେ ସରକାରଙ୍କୁ ଗଡେଇବାରେ କଂଗ୍ରେସର ସେମିତି କ୍ଷମତା ନାହିଁ। ଏପରିକି ବିଜେଡି ସହିତ ମିଶିଲେ ମଧ୍ୟ ସରକାରଙ୍କୁ ହଟାଇବା ସମ୍ଭବ ନୁହେଁ। ତଥାପି ଭକ୍ତ ଦାସ ଏକ ରଣ ହୁଙ୍କାର ଦେଇଛନ୍ତି। ସେ ସିଧାସିଧା ବିଜେଡିକୁ ଆହ୍ବାନ ଦେଇଛନ୍ତି ଯେ, ବିଧାନସଭାରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଗତ କରୁ। କଂଗ୍ରେସ ତାହାକୁ ସମର୍ଥନ କରିବ। କାରଣ ବର୍ତ୍ତମାନ ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ତାଙ୍କ ପକ୍ଷରୁ ଏହି ପ୍ରସ୍ତାବ ଆସିବା ଦରକାର।

ସେତିକି ନୁହେଁ ଭକ୍ତ ଏହା ମଧ୍ୟ କହିଛନ୍ତି ଯେ, ଯଦି ବିଜେଡି ଅନାସ୍ଥା ଆଣିବାକୁ କୁଣ୍ଠାବୋଧ କରୁଛି ତେବେ କଂଗ୍ରେସ ସେହି ପ୍ରସ୍ତାବକୁ ଗୃହରେ ଆଣିବ, ଆଉ ବିଜେଡି ସମର୍ଥନ କରିବ ବୋଲି ସାଧାରଣରେ ଘୋଷଣା କରୁ। ଯଦି ଏହି ଦୁଇଟି ପ୍ରସ୍ତାବରେ ବିଜେଡି ରାଜି ନୁହେଁ ତେବେ ନାରୀ ନିର୍ଯ୍ୟାତନା ନେଇ ରାସ୍ତାରେ କାନ୍ଦିବା ଦଳ ବନ୍ଦ କରୁ ବୋଲି କଂଗ୍ରେସ ଖୋଲମଖୁଲା କହିଛି। ଏହାକୁ ନେଇ ବର୍ତ୍ତମାନ ବିଜେଡି ଅଡୁଆ ପରିସ୍ଥିତିରେ ପଡିଯାଇଛି।

ତେବେ ଏହାର ଯବାବ ରୋକଠୋକ ନ ଦେଇ ବିଜେଡି ଟିକିଏ ବୁଲେଇ ବଙ୍କେଇ କହିଛି। ତାହା ହେଲା ଯେ, ବିଧାନସଭା ପାଇଁ ବିଜ୍ଞପ୍ତି ପ୍ରକାଶ ପାଉ ତା ପରେ ଦେଖିବା। ଏହା ବିଧାୟକ ଦଳ ବୈଠକରେ ଆଲୋଚନା କରାଯାଇ ନିଷ୍ପତି ଗ୍ରହଣ କରାଯିବ ବୋଲି ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି।

ଏହା ସତ ଯେ, ବିଜେଡି ଓ କଂଗ୍ରେସ ମିଶିଲେ ମଧ୍ୟ ବର୍ତ୍ତମାନ ବିଧାନସଭାରେ ଯେଉଁ ସଂଖ୍ୟା ରହିଛି ସେଥିରେ ସରକାରଙ୍କୁ ହଟାଇବା ସହଜ ନୁହେଁ। ହେଲେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ତାହା ସାଧାରଣରେ ଏକ ନିନ୍ଦନୀୟ ଘଟଣା ହୋଇଥାଏ। ସେଥିପାଇଁ ଏପରି ପ୍ରସ୍ତାବକୁ ବିସ୍ପୋରଣ କରିଛନ୍ତି କଂଗ୍ରେସ ସଭାପତି। ତେବେ ବିଧାନସଭା ଆରମ୍ଭ ହେଲେ ଭକ୍ତ ଦାସଙ୍କ ଆହ୍ବାନକୁ ବିଜେଡି କେତେ କାର୍ଯ୍ୟକାରୀ କରୁଛି ତାହାକୁ ଅପେକ୍ଷା।

 

assembly ଅନାସ୍ଥା ପ୍ରସ୍ତାବ ପ୍ରଦେଶ କଂଗ୍ରେସ ମୋହନ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.