ବିଜେପି ବିଧାୟକ ଭୀମା ମାଣ୍ଡଭୀଙ୍କ ନକ୍ସଲଙ୍କ ଦ୍ବାରା ହତ୍ୟା ପରେ ଏହାକୁ ନେଇ ବାକଯୁଦ୍ଧ ଆରମ୍ଭ ହୋଇଛି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ବିଧାୟକଙ୍କ ହତ୍ୟାକୁ ରାଜନୖେତିକ ଷଡଯନ୍ତ୍ର କହିଛନ୍ତି । ତେବେ ଶାହାଙ୍କ ଏପରି ଆରୋପ ପରେ ଭୂପେଶ ବଘେଲ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଧାୟକ ମାଣ୍ଡଭୀଙ୍କ ମୃତ୍ୟୁ ପାଇଁ ସେ ଦୁଃଖିତ । ବିଧାୟକଙ୍କ ସୁରକ୍ଷା ଫେରାଇ ଦିଆଯାଇଥିଲା, କିନ୍ତୁ ସେ ଏହି ସୁରକ୍ଷାକୁ ଗ୍ରହଣ କରିନଥିଲେ । ଏହି ମାମଲାର ଯେକୗଣସି ତଦନ୍ତ ପାଇଁ ସେ ରାଜି ଅଛନ୍ତି । କିନ୍ତୁ ରାଜ୍ୟରେ ଆଚାର ସଂହିତା ଲାଗୁ ହୋଇଥିବାର ଏହି ସମ୍ବନ୍ଧୀୟ କୌଣସି ଘୋଷଣା କରାଯାଇପାରିବ ନାହିଁ । କିନ୍ତୁ ଏହି ଘଟଣାର ଦିନକ ପରେ ନିର୍ବାଚନ ଆୟୋଗଙ୍କୁ ଏହି ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଅନୁମତି ପତ୍ର ଦିଆଯାଇଛି ବୋଲି କହିଛନ୍ତି ଭୂପେଶ । ସେହିପରି ଶାହା ଏହି ଘଟଣାର ସିବିଆଇ ତଦନ୍ତ ନ କରାଯିବା ନେଇ ଭୂପେଶ୍ ବାଘେଲ ଡରିଯାଇଛନ୍ତି ବୋଲି ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ ଭୂପେଶ ଜବାବ ରଖି କହିଛନ୍ତି ଯେ, ସିବିଆଇ ଉପରେ ପ୍ରତିବନ୍ଧକ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ୨୦୧୨ରେ ଲଗାଇଥିଲ । ଅମିତ୍ ଶାହା ନିଜକୁ ମିଛୁଆ ପ୍ରମାଣିତ କରିବା ସହିତ ରାଜ୍ୟସରକାରଙ୍କ ଯୋଜନା ଉପରେ ମିଥ୍ୟା ବୟାନବାଜି କରୁଛନ୍ତି ବୋଲି ବାଘେଲ କହିଛନ୍ତି । ଗତ ଏପ୍ରିଲ୍ ୯ ତାରିଖ ଦିନ ଦାନ୍ତେଓ୍ବାଡାଠାରେ ନକ୍ସଲ ଆକ୍ରମଣରେ ବିଧାୟକ ଭୀମା ମାଣ୍ଡଭୀଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଥିଲା ।
ବିଧାୟକ ଭୀମା ମାଣ୍ଡଓ୍ବୀଙ୍କ ମୃତ୍ୟୁକୁ ନେଇ ଶାହା-ବାଘେଲ୍ଙ୍କ ମଧ୍ୟରେ ବାକ୍ଯୁଦ୍ଧ
Published:
Apr 13, 2019, 3:54 pm IST
Tags: