Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ୭୫ତମ ସ୍ୱାଧୀନତା ଦିବସ ପାଳନ
ଆଜିର ଖବର

ସୋଆରେ ୭୫ତମ ସ୍ୱାଧୀନତା ଦିବସ ପାଳନ

August 16, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗତ ଦୁଇ ବର୍ଷ ମଧ୍ୟରେ ସାରା ବିଶ୍ୱରେ ମଣିଷ ସାମାଜିକ, ଆର୍ଥିକ ଓ ମାନସିକ ସ୍ତରରେ ଦୁର୍ବଳ ହୋଇଯାଇଛି। କରୋନା ମହାମାରୀ ମାନବ ଜାତିକୁ ଦୋହଲାଇ ଦେଇଛି। ଭାରତରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ତେଣୁ ୭୫ ବର୍ଷରେ ପାଦ ଦେଇଥିବା ସ୍ୱାଧୀନ ଭାରତର ନାଗରିକ ମାନେ ପରିସ୍ଥିତିର ସଠିକ ମୁକାବିଲା କରିବା ନିମନ୍ତେ କୋଭିଡ ନିୟମ ଠିକ୍ ଭାବେ ପାଳନ କରିବା ଜରୁରୀ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମତବ୍ୟକ୍ତ କରିଛନ୍ତି କୁଳପତି ତଥା ବିଶିଷ୍ଟ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର।

ସୋଆ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଫେସର ମହାପାତ୍ର ପତାକା ଉତୋଳନ କରି ଭାରତର ସ୍ୱାଧୀନତା ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। କୁଳପତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥାଇ ଜାତୀୟ ସଂଗୀତ ଗାନ କରିଥିଲେ।

ପ୍ରଫେସର ମହାପାତ୍ର ଭାରତର ଇତିହାସ ସମ୍ପର୍କରେ ବଖାଣିବା ସହ ୭୪ ବର୍ଷ ତଳେ ୨୦୦ ବର୍ଷର ଇଂରାଜୀ ଶାସନ କବଳରୁ ଦେଶ କିଭଳି ମୁକ୍ତ ହୋଇ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ପୁର୍ନଜନ୍ମ ନେଲା ସେ ସମ୍ପର୍କରେ କହିଥିଲେ।

ତେବେ ସ୍ୱାଧୀନ ଭାରତରେ ଅସାମାଜିକ ତତ୍ୱ ଏବେ ଭି ଭରି ରହିଛନ୍ତି। ତେଣୁ ଆମକୁ ମାନସିକ ଓ ଆର୍ଥିକ ସ୍ତରରେ ସ୍ୱାଧୀନ ହେବା ସହ ମାନବିକତାର ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ସେ କହିଥିଲେ।

ଅନ୍ୟମାନଙ୍କଧ୍ୟରେ ସୋଆ ଉପଦେଷ୍ଟାମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ, ସୋଆ ସଭାପତିଙ୍କର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡି.ପି. ରାୟ, ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବିଭୂତି ଭୁଷଣ ପ୍ରଧାନ, ଜଏଂଟ ରେଜିଷ୍ଟ୍ରାର ଭୀଷ୍ମ ଚରଣ ଦାସ, ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଚିଫ ଭିଜିଲାନ୍ସ ଅଫିସ ତଥା ନିର୍ଦ୍ଦେଶକ (ରିସୋର୍ସ)ଯୁଗଳକିଶୋର ଦାସ ଓ ନିର୍ଦ୍ଦେଶକ, ବିଶ୍ୱବିଦ୍ୟାଳୟ ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ପ୍ରଫେସର ନଚିକେତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର ସୋଆ ସ୍ୱାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026
Latest News

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.