ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧ ହଜାର ୭୮ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Aug 22, 2021, 6:32 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧ ହଜାର ୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୧୬, କଟକରୁ ୧୯୧, ବାଲେଶ୍ବରରୁ ୬୩, ଯାଜପୁରରୁ ୪୫, ମୟୂରଭଞ୍ଜରୁ ୪୦, ଜଗତସିଂହପୁରରୁ ୩୩,  ନୟାଗଡରୁ ୨୯, ପୁରୀରୁ ୨୫, କେନ୍ଦ୍ରାପଡାରୁ ୨୪, ଢେଙ୍କାନାଳରୁ ୧୭, ଭଦ୍ରକରୁ ୧୨, ବରଗଡରୁ ୧୦, ବଲାଙ୍ଗୀରିରୁ ୧୦, ସୁନ୍ଦରଗଡରୁ ୧୦, କେନ୍ଦୁଝରରୁ ୯, ଅନୁଗୁଳରୁ ୮, ଗଞ୍ଜାମରୁ ୭, ମାଲକାନଗିରିରୁ ୭, ସମ୍ବଲପୁରରୁ ୬, ଦେବଗଡରୁ ୫, ଝାରସୁଗୁଡାରୁ ୪, କନ୍ଧମାଳରୁ ୪, ଗଜପତିରୁ ୩, କୋରାପୁଟରୁ ୨, ନୂଆପଡାରୁ ୨ ଏବଂ ଷ୍ଟେଟ ପୁଲରୁ ୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୮୫ ହଜାର ୩୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୩୭ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୨୨୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୩୫୮ କୁ ବୃଦ୍ଧି ହୋଇଛି।

Related posts