ବିଜେପିକୁ ଅଲୀ ବା ବଜରଙ୍ଗବଲୀ ଭୋଟ ମିଳିବନି : ମାୟାବତୀ

Published: Apr 14, 2019, 1:06 pm IST
mayawati slams bjp on alibajarangballi issue

ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ନେତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମାୟାବତୀ ଯୋଗୀ ଆଦିତ୍ୟନାଥଙ୍କ ‘ଅଲୀ-ବଜରଙ୍ଗବାଲୀ’ ମନ୍ତବ୍ୟ ଉପରେ କଡା ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ବିଜେପିକୁ ନାହିଁତ ଅଲୀଙ୍କ ଭୋଟ ମିଳିବ ନାହିଁ ବଜରଙ୍ଗବଲୀଙ୍କର ତେଣୁ ବିଜେପି ନେତା ସାବଧାନ ରହିବା ଉଚିତ୍‌। ମଙ୍ଗଳବାର ଦିନ ଆଦିତ୍ୟନାଥ କହିଥିଲେ ସପା- ବସ୍‌ପା ମେଣ୍ଟ ଅଲୀଙ୍କ ଉପରେ ନିର୍ଭରଶୀଳ ଯେତେବେଳେକି ବିଜେପି ବଜରଙ୍ଗବଲୀଙ୍କ ଉପରେ ଭରସା ରଖିଛି। ଗତବର୍ଷ ଯୋଗୀ ବଜରଙ୍ଗବଲୀଙ୍କୁ ବନବାସୀ ଏବଂ ଦଳିତ ବୋଲି କହିଥିଲେ ତେଣୁ ଦଳିତ ଭାବରେ ବଜରଙ୍ଗବଲୀ ସର୍ବଦା ବିଏସ୍‌ପି ସମର୍ଥନରେ ରହିବେ ବୋଲି କହିଛନ୍ତି ମାୟାବତୀ। ଦଳିତ ସମାଜ ଅନେକ ଦିନରୁ ଉଭୟ କଂଗ୍ରେସ ଏବଂ ବିଜେପିକୁ ପରିତ୍ୟାଗ କରି ସାରିଛି। ନିର୍ବାଚନରେ ସମାଜବାଦୀ ପାର୍ଟି ଏବଂ ବିଏସ୍‌ପି ମେଣ୍ଟକୁ ସମାଜର ସବୁ ବର୍ଗର ଲୋକ ସମର୍ଥନ କରିବେ ଏବଂ ଆଗାମୀ ସରକାର ସପା-ବସ୍‌ପା ମହାମେଣ୍ଟ ଗଠନ କରିବ ବୋଲି ମାୟାବତୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

 

Related posts