Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ରାଷ୍ଟ୍ରପତି
ଆଜିର ଖବର

ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ରାଷ୍ଟ୍ରପତି

April 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭାରତୀୟ ସମ୍ବିଧାନର ପ୍ରଣେତା ବି ଆର ଆମ୍ବେଦକରଙ୍କ ୧୨୮ ତମ ଜନ୍ମଦିବସ ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସଂସଦ ଭବନ ପରିସରରେ ରହିଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହିତ ମୋଦି ଏବଂ ନାଇଡୁ ମଧ୍ୟ ଉପସ୍ଥିତ ଥିଲେ। ଶ୍ରଦ୍ଧାଞ୍ଜଳି ପ୍ରଦାନ ପୂର୍ବରୁ ଟ୍ବିଟ୍‌ କରି କହିଥିଲେ, ‘ଭାରତୀୟ ସମ୍ବିଧାନର ଏହି ନିର୍ମାତା ଜାତିପ୍ରଥାର ବିନାଶ ନିମନ୍ତେ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଛନ୍ତି, ଯାହାର ଫଳସ୍ବରୂପ ମହିଳା ଏବଂ ତଳୁଆ ବର୍ଗର ଲୋକଙ୍କୁ ଫଇଦା ମିଳିଛି।’  ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଟ୍ବିଟ୍ଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ। ‘ଭାରତୀୟ ସମ୍ବିଧାନର ଜନକ ଭାରତରତ୍ନ ବାବା ସାହେବ ଆମ୍ବେଦକରଙ୍କୁ ତାଙ୍କ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି’ ବୋଲି ଟ୍ବିଟ୍‌ କରିଥିଲେ ନାଇଡୁ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦିରେ ନିଜର ଟ୍ବିଟ୍‌ କରିଥିଲେ। ସେ କହିଥିଲେ ‘ସାମାଜିକ ନ୍ୟାୟ ଏବଂ ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବି ଆର  ଆମ୍ବେଦକରଙ୍କ ଜନ୍ମବାର୍ଷିକୀରେ ମୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ଜୟ ଭୀମ୍‌’।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Share. Facebook Twitter LinkedIn Email WhatsApp Copy Link

Related Posts

ଖାତାରେ ନାହିଁ ୪ ଟଙ୍କା ରାମ ମନ୍ଦିରକୁ ଦାନ କଲେ ୪ କୋଟି: ଚେକ୍ ବାଉନ୍ସ ଯୋଗୁଁ ଅଡୁଆରେ ମହିଳା ଭକ୍ତ

August 31, 2026

ଆଇପିଏଲରୁ ହଟିବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’!: ବଡ଼ ପଦକ୍ଷେପ ନେବ ବିସିସିଆଇ

August 31, 2026

ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

August 31, 2026

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

August 31, 2026
Latest News

ପରଲୋକରେ ଓଡିଶା କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

August 31, 2026

ଖାତାରେ ନାହିଁ ୪ ଟଙ୍କା ରାମ ମନ୍ଦିରକୁ ଦାନ କଲେ ୪ କୋଟି: ଚେକ୍ ବାଉନ୍ସ ଯୋଗୁଁ ଅଡୁଆରେ ମହିଳା ଭକ୍ତ

August 31, 2026

ଆଉ ବଢିବ ନାହିଁ ଚିନି ମୂଲ୍ୟ!: ଯୋଗାଣ ଉପରେ ବଡ଼ ନିଷ୍ପତ୍ତି ନେଲେ ସରକାର

August 31, 2026

ଆଇପିଏଲରୁ ହଟିବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’!: ବଡ଼ ପଦକ୍ଷେପ ନେବ ବିସିସିଆଇ

August 31, 2026

ଦିଲ୍ଲୀରେ ପୁଣି ଲଜ୍ଜା!: ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଝିଅକୁ ଗଣଦୁଷ୍କର୍ମ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.