ଅବଦୁଲ୍ଲା ଏବଂ ମୁଫ୍‌ତିଙ୍କୁ ଭାରତ ବିଭାଜନ କରିବାକୁ ଦେବିନି : ମୋଦି

Published: Apr 14, 2019, 2:30 pm IST
abdullah and muftis can't devide this country

ଜମ୍ମୁ ଏବଂ କାଶ୍ମୀର ପାଇଁ ଅଲଗା ପ୍ରଧାନମନ୍ତ୍ରୀ ଦାବି କରୁଥିବା ଓମାର ଅବଦୁଲ୍ଳାଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜମ୍ମୁ ଏବଂ କାଶ୍ମୀରରେ ଏକ ନିର୍ମାଚନୀ ରାଲିରେ ମୋଦି କହିଛନ୍ତି ଅବଦୁଲ୍ଲା ଏବଂ ମୁଫ୍‌ତିଙ୍କୁ ଦେଶକୁ ବିଭାଜନ କରିବାର କୌଣସି ସୁଯୋଗ ଦିଆଯିବ ନାହିଁ। ଏହି ଦୁଇ ପରିବାର ଜମ୍ମୁ ଏବଂ କାଶ୍ମୀରର ତିନି ଦଶନ୍ଧି ନଷ୍ଟ କରିଥିବା ବେଳେ ଦେଶକୁ ବିଭାଜନ କରିବାର ଏମାନଙ୍କ ଚେଷ୍ଟାକୁ ଫଳପ୍ରଦ ହେବାକୁ ଦେବିନାହିଁ ବୋଲି କହିଛନ୍ତି ମୋଦି। ସେହିପରି କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀରରୁ ବାହାରକୁ ପଠାଯାଇଥିବା ନେଇ କଂଗ୍ରେସ ସରକାର ଦାୟୀ ବୋଲି ମଧ୍ୟ ମୋଦି ଅଭିଯୋଗ କରିଥିଲେ। ସରକାର ପଣ୍ଡିତ ମାନଙ୍କ ଥଇଥାନ ନେଇ ବ୍ୟବସ୍ଥା କରିବେ ବୋଲି ମଧ୍ୟ ମୋଦି ପ୍ରତିଜ୍ଞା କରିଥିଲେ। ସେହିପରି ଜାଲିଓ୍ବାନାଓ୍ବାଲାବାଗ ଶହିଦଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବାକୁ ଉପସ୍ଥିତ ନରହିବାକୁ ମଧ୍ୟ ମୋଦି ସମାଲୋଚନା କରିଛନ୍ତି। ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ଅବିଶ୍ବାସ କରୁଥିବା କଂଗ୍ରେସ ନେତା ସର୍ବଦା ସେନା ବାହିନୀର ବୀରତ୍ବ ଉପରେ ସନ୍ଦେହ ପ୍ରକାଶ କରିଛି ବୋଲି ମଧ୍ୟ ମୋଦି କହିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଉପ ରାଷ୍ଟ୍ରପତିଙ୍କ ସହିତ ନଯାଇ ରାହୁଲ ଗାନ୍ଧୀଙ୍କ ସହିତ ଯିବା ପରିବାର ପ୍ରତି ଭଲପାଇବା ଏବଂ ଦେଶ ପ୍ରତି ଭଲପାଇବା ମଧ୍ୟରେ ଫରକ ବୋଲି ମୋଦି କହିଥିଲେ।

Related posts