
ନୂଆଦିଲ୍ଲୀ, କରୋନା ସଂକ୍ରାମଣ ଯୋଗୁଁ ଦେଶରେ ପ୍ରାୟ ଏକ ଲକ୍ଷ ଶିଶୁ ଅନାଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ବାପା, କିଏ ମା, ପୁଣି କିଏ ଉଭୟଙ୍କୁ ହରାଇଛି। ଏପରି ଦୟନୀୟ ଅବସ୍ଥାକୁ ଲକ୍ଷ କରି ସୁପ୍ରିମକୋର୍ଟ ନିଜ ଆଡ ମାମଲା ଋଜୁ କରିଥିଲା। ଆଜି ଡିଭିଜନ ବେଞ୍ଚରେ ଏହାର ଶୁଣାଣି ଚାଲିଥିଲା। ଏଥିରେ କୋର୍ଟ ତିନି ସପ୍ତାହ ମଧ୍ୟରେ ସର୍ଭେ କରି ସଂପୂର୍ଣ୍ଣ ତଥ୍ୟ ଯୋଗାଇଦେବା ପାଇଁ ଶିଶୁ କଲ୍ୟାଣ କମିଟକୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହିତ କୋର୍ଟ ସମସ୍ତ ରାଜ୍ୟ ସରକାର ଏବଂ ଶିଶୁ କଲ୍ୟାଣ କମିଟକୁ ଏହି ନିର୍ଦ୍ଦେଶ ମଧ୍ୟ ଜାରୀ କରିଛନ୍ତି। ଜଷ୍ଟିସ ନାଗେଶ୍ବର ରାଓ ଏବଂ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ବେଞ୍ଚ ଏହି ନିର୍ଦ୍ଦେଶ ଜାରୀ କରିଛନ୍ତି। ଏଥିସହିତ ଏହି ବେଞ୍ଚ କହିଛନ୍ତି ଯେ, ଏହି ସର୍ଭେରେ ଯେଉଁ ଶିଶୁଙ୍କର ସରକାରୀ ସହାୟତାର ଆବଶ୍ୟକ ନାହିଁ ତାହା ମଧ୍ୟ ଉଲ୍ଲେଖ କରିବେ।