ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନୟାଗଡ ଗସ୍ତ: ଚାନ୍ଦପୁରର ନୂତନ ଥାନା କୋଠା କଲେ ଉଦଘାଟନ

Published: Aug 30, 2021, 4:07 pm IST

ନୟାଗଡ/ଚାନ୍ଦପୁର: ଆଜି ପୋଲିସ ମହାନିର୍ଦ୍ଦେଶକ ଅଭୟ ନୟାଗଡ ଜିଲ୍ଲା ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ନୟାଗଡ ଜିଲ୍ଲା ଚାନ୍ଦପୁରରେ ନୂତନ ଥାନା କୋଠା ଡିଜିପି ଅଭୟ ଉଦଘାଟନ କରଛନ୍ତି। ଏହି ନୂତନ ଥାନାରେ ସମସ୍ତ ପ୍ରକାର ବ୍ୟବସ୍ଥା ରହିଛି। ଏଭଳି ଥାନା ପ୍ରସ୍ତୁତ କରିଥିବାରୁ ରାଜ୍ୟ ସରକାରଙ୍କୁ ଡିଜିପି ସାଧୁବାଦ ଜଣାଇଛନ୍ତି।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ପୋଲିସ୍ ଆଇଜି ନରସିଂହ ଭୋଳ, ପୁରୀ ସାଂସଦ ପିନାକୀ ମିଶ୍ର, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଏସ୍ ପି ସିଦ୍ଧାର୍ଥ କଟାରିଆ, ଏସଡିପିଓ ଏସ୍ ଟପୋ, ଚାନ୍ଦପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଚାନ୍ଦପୁରରେ ନୂତନ ଥାନା କୋଠା ପ୍ରସ୍ତୁତ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ପୁରୀ ସାଂସଦ ପିନାକୀ ମିଶ୍ର ଧନ୍ୟବାଦ ଜଣାଇଛନ୍ତି।

Related posts