ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୮୨୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 4, 2021, 6:48 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୧୨, କଟକରୁ ୧୦୬, ବାଲେଶ୍ବରରୁ ୫୬, ଯାଜପୁରରୁ ୪୨, ଜଗତସିଂହପୁରରୁ ୩୦, ମୟୂରଭଞ୍ଜରୁ ୨୭, କେନ୍ଦ୍ରାପଡାରୁ ୨୦, ପୁରୀରୁ ୨୦, କେନ୍ଦୁଝରରୁ ୧୯, ଅନୁଗୁଳରୁ ୧୬, ବରଗଡରୁ ୧୫, ସୁନ୍ଦରଗଡରୁ ୧୫, ସମ୍ବଲପୁରରୁ ୧୩, ନୟାଗଡରୁ ୧୨, ଦେବଗଡରୁ ୧୦, ଭଦ୍ରକରୁ ୮, ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୬, ମାଲକାନଗିରିରୁ ୬, ଗଞ୍ଜାମରୁ ୪, କୋରାପୁଟରୁ ୪, କଳାହାଣ୍ଡିରୁ ୩, କନ୍ଧମାଳରୁ ୩, ନୂଆପଡାରୁ ୨, ରାୟଗଡାରୁ ୨, ବୌଦ୍ଧରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୬ ହଜାର ୩୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୩୬୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୪୦ କୁ ବୃଦ୍ଧି ହୋଇଛି।

Related posts