Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁ ଦିବସ ଅବସରରେ ଶିଳ୍ପୀଗୁରୁଙ୍କ ସମ୍ବର୍ଦ୍ଧନା କଲା ଓଡିଶା ଶିଳ୍ପୀ ମହାସଂଘ
ଆଜିର ଖବର

ଗୁରୁ ଦିବସ ଅବସରରେ ଶିଳ୍ପୀଗୁରୁଙ୍କ ସମ୍ବର୍ଦ୍ଧନା କଲା ଓଡିଶା ଶିଳ୍ପୀ ମହାସଂଘ

September 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୁରୁ ଦିବସ ଅବସରରେ ଶିଳ୍ପୀଗୁରୁଙ୍କ ସମ୍ବର୍ଦ୍ଧନା କଲା ଓଡିଶା ଶିଳ୍ପୀ ମହାସଂଘ

ବାଲେଶ୍ବର : ଉତ୍କର୍ଷ ପାରଂପାରିକ କଳାକାରିଗରୀ ପାଇଁ ଆମ ରାଜ୍ୟ ଓଡିଶା ସାରା ବିଶ୍ୱରେ ବେଶ ସୁପରିଚିତ । ଏହାର ସମସ୍ତ ଶ୍ରେୟ ଯାଇଥାଏ ପିଢୀ ପରେ ପିଢୀ ଆମ ହସ୍ତକଳାକୁ ବଂଚାଇ ଆସିଥିବା ଆମ ରାଜ୍ୟର ଶିଳ୍ପୀକୂଳକୁ । କାରଣ ଗୁରୁଙ୍କ ଉପଯୁକ୍ତ ମାର୍ଗଦର୍ଶନରେ ଏହି କଳାକୁ ଆଗକୁ ନେବାକୁ ପଡିଥାଏ । ସେଥିପାଇଁ ପାରଂପରିକ କଳାକାରିଗରୀ କ୍ଷେତ୍ରରେ ଗୁରୁଙ୍କ ସ୍ଥାନ ବହୁ ଉଚ୍ଚରେ ବୋଲି କହିଛନ୍ତି ସୋର ବିଧାୟକ ପର୍ଶୁରାମ ଧଡା ।

ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ବାଲେଶ୍ୱର ଜିଲ୍ଲ ଜାମୁଝାଡିଠାରେ ଆୟୋଜିତ ଗୁରୁ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଶ୍ରୀ ଧଡା ଏହି ମତବ୍ୟକ୍ତ କରିଛନ୍ତି । ନିଜ ବକ୍ତବ୍ୟରେ ଶ୍ରୀ ଧଡା ଶିଳ୍ପୀ ମହାସଂଘର ଏଭଳି ନିଆରା କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବାସହ ସ୍ୱାବଲମ୍ବୀ ଏହି ଶିଳ୍ପୀ ଜାତିକୁ କଳାକାରଙ୍କ ଭଳି ମାସିକ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ ।

ଅନ୍ୟ ଅତିଥୀଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲା ସହ ନିର୍ଦ୍ଦେଶକ, ହସ୍ତଶିଳ୍ପ ଅରୁଣ କୁମାର ମଣ୍ଡଳ, ଶିଳ୍ପୀ ମହାସଂଘ ସଭାପତି ଉଦୟ ମହାନ୍ତି, ସଂପାଦକ ପ୍ରିୟରଂଜନ କର, ଭଦ୍ରକ ଜିଲ୍ଲା ହସ୍ତଶିଳ୍ପ ସଂପ୍ରସାରଣ ଅଧିକାରୀ ମହେନ୍ଦ୍ରନାଥ ଟୁଡୁ ଓ ବାଲେଶ୍ୱର ଜିଲ୍ଲା ଶାଖା ସଭାନେତ୍ରୀ ବାସନ୍ତୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ପଥର, କାଠ, ଟେରାକୋଟା, ଚାନ୍ଦୁଆ, ଝୋଟ, ବାଉଁଶ ଆଦି ହସ୍ତକଳାର ନିପୁଣ ଶିଳ୍ପୀ ଗୁରୁ ମାନଙ୍କୁ ଅଂଗବସ୍ତ୍ର ଓ ଫୁଲଗଛ ପ୍ରଦାନ କରିଥିଲେ । ପରେ ଏହି ଗୁରୁ ମାନଙ୍କୁ ବନ୍ଦାପନା କରାଯାଇଥିଲା ।

ଠିକ ସେହିଭଳି ବିଭିନ୍ନ ହସ୍ତକଳାରେ ପାରଦର୍ଶିତା ଲାଭ କରିଥିବା ୧୨ ଜଣ ଶିଳ୍ପୀଙ୍କୁ ମୁଖ୍ୟ ଅତିଥୀ ବିଧାୟକ ପର୍ଶୁରାମ ଧଡା ମାନପତ୍ର, ଅଂଗବସ୍ତ୍ର ଓ ଫୁଲଗଛ ଦେଇ ସଂବର୍ଦ୍ଧିତ କରିଥିଲେ । ଏହି ଗୁରୁଦିବସ ଓ ସଂବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ବାଲେଶ୍ୱର, ଭଦ୍ରକ , ମୟୁରଭଂଜ ଓ ଯାଜପୁର ଜିଲ୍ଲାର ଶିଳ୍ପୀ ଓ ବୁଣାକାର ସାମିଲ ହୋଇଥିଲେ ।

ଏହି ଅବସରରେ ବାଉଁଶ, ଚାନ୍ଦୁଆ, ସଫ୍ଟ ଟୟଜ, ଲାଖ କଣ୍ଡେଇ, ଟେରାକୋଟା ଓ ଝୋଟ ଆଦି ହସ୍ତକଳାକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଓଡିଶା ଶିଳ୍ପୀ ମହାସଂଘର ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ସରୋଜିନୀ ଦାସ, ସଂପା ସିଲ, ଖଗପତି ସାମଲ, ଅରୁଣ ମହାନ୍ତି, ବେବୀରାଣୀ ଜେନା, ମିନତି ବର, ଜୟନ୍ତି ନାୟକ, ଓ ସଂଧ୍ୟାରାଣୀ ଗିରି ପ୍ରମୁଖ ଏହି କର୍ମଶାଳାର ସଫଳତା ନିମନ୍ତେ ସମସ୍ତ ପ୍ରକାରର ସହଯୋଗ କରିଥିଲା । ଶେଷରେ ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନାୟକ ଅତିଥୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଓଡିଶା ଶିଳ୍ପୀ ମହାସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026
Latest News

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.