![](https://thesamikhsya.com/odia/wp-content/uploads/2021/09/corona-negative-1-2.jpg)
ଭୁବନେଶ୍ବର : ରାଜ୍ୟରେ ଆଜି ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଫଳରେ ଓଡିଶାରେ ମୃତ୍ୟୁ ସଂଖ୍ୟା ୮୦୬୨ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଯେଉଁ ସାତ ଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ଅନୁଗୁଳର ୨ ଜଣ, କଟକର ୨ ଜଣ, ଖୋର୍ଦ୍ଧାର ୨ ଜଣ, ପୁରୀର ଜଣେ।
ଅନୁଗୁଳ ଜିଲ୍ଲାର ଯେଉଁ ଦୁଇଜଣଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟର ଜଣେ ହେଉଛନ୍ତି ୭୫ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ। ଅନ୍ୟ ଜଣେ ହେଉଛନ୍ତି ୬୦ ବର୍ଷ ବୟସ୍କ ପୁରୁଷ। ଖୋର୍ଦ୍ଧା ଜିଲ୍ଲାରେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଏବଂ ଭୁବନେଶ୍ୱରର ଜଣେ ୬୪ ବର୍ଷ ବୟସ୍କ ପୁରୁଷ।
କଟକ ଜିଲ୍ଲାର ଦୁଇ ମୃତକଙ୍କ ମଧ୍ୟରେ ଜଣେ ୮୫ ବର୍ଷ ବୟସ୍କା ମହିଳା ଏବଂ ଅନ୍ୟ ଜଣେ ୪୭ ବର୍ଷ ବୟସ୍କା ମହିଳା। ଏହି ମହିଳା ଜଣଙ୍କ ପୂର୍ବରୁ ଡାଇବେଟିସ ରୋଗରେ ପୀଡିତ ଥିଲେ। ସେହିପରି ପୁରୀ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷଙ୍କର ମୃତ୍ୟୁ ହୋଇଛି। ଏହି ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ ବୋଲି ଜଣାପଡିଛି।