ଓଡିଶାର ଏକ ସ୍କୁଲରୁ ଚିହ୍ନଟ ହେଲେ ୨୦ ଜଣ କରୋନା ଆକ୍ରାନ୍ତ, ସାତଦିନ ପାଇଁ ବନ୍ଦ କଲା ପ୍ରଶାସନ

Published: Sep 7, 2021, 2:43 pm IST

ଢ଼େଙ୍କାନାଳ: ଜଣେ କି ଦୁଇ ଜଣ ନୁହେଁ। ଗୋଟିଏ ସ୍କୁଲର ଏକାଥରେ ୨୦ ଜଣଙ୍କର ରିପୋର୍ଟ ପଜେଟିଭ ଆସିଛି। ଫଳରେ ସେହି ଅ଼ଞ୍ଚଳ ଏବଂ ଅଭିଭାବକ ମହଲରେ ରେ ଏକ ଭୟର ବାତାବରଣ ଖେଳିଯାଇଛି। ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଘଟିଛି ।

ବିଦ୍ୟାଳୟରେ ପ୍ରଥମ ଦିନ ୧୯୭ ଜଣ ଏବଂ ଦ୍ୱିତୀୟ ଦିନ ୧୪୭ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା। ଏମାନଙ୍କ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ ଓ ୬ ଜଣ ଶିକ୍ଷକ ଏବଂ କର୍ମଚାରୀ ରହିଛନ୍ତି। ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ୍‌ ଚିହ୍ନଟ ପରେ ସପ୍ତାହେ ପାଇଁ ବନ୍ଦ ରହିଲା ସପ୍ତାହେ ପାଇଁ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ।

ଏହି ରିପୋର୍ଟ ଅସିବା ପରେ ବିଦ୍ୟାଳୟ ଓ ହଷ୍ଟେଲକୁ ସପ୍ତାହେ ପାଇଁ ବନ୍ଦ କରିଦିଆଯାଇଛି। କାମାକ୍ଷାନଗର ଅଗ୍ନିଶମ ବାହିନୀର ଏକ ସ୍ୱତନ୍ତ୍ର ଟିମ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଗୃହ, ହଷ୍ଟେଲ ଓ ଅଫିସକୁ ବିଶୋଧନ କରିଛନ୍ତି। ସ୍ଥାନୀୟ ପ୍ରଶାସନ ତରଫରୁ ମଧ୍ୟ ଚିହ୍ନଟ ଆକ୍ରାନ୍ତମାନଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେଇ ତଦାରଖ କରୁଛନ୍ତି। ଏହି ଘଟଣା ପରେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସ୍କୁଲ ଅବସ୍ଥା କଣ ହେବ ସେ ନେଇ ଚିନ୍ତା ପ୍ରକଟ ମଧ୍ୟ କରାଯାଇଛି। (ଫାଇଲ ଫଟୋ)

Related posts