ଜମ୍ମୁ କାଶ୍ମୀରର ସୁରକ୍ଷାକୁ ନେଇ ଅମିତ ଶାହାଙ୍କ ଉଚ୍ଚ ସ୍ତରୀୟ ବୈଠକ: ଅଜିତ ଡୋଭାଲ ଏବଂ ସେନା ମୁଖ୍ୟ ସାମିଲ

Published: Sep 9, 2021, 9:16 pm IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ସୁରକ୍ଷା ଏବଂ ବିକାଶ କାର୍ଯ୍ୟ ଉପରେ ନଜର ରଖିଛନ୍ତି। କେନ୍ଦ୍ର ଏବଂ କେନ୍ଦ୍ର ଶାସିତ ପ୍ରଦେଶରା ବରିଷ୍ଠ ଅଧିକାରୀଙ୍କ ସହିତ ତାଙ୍କର ସାକ୍ଷାତ ଏକ ସମୟରେ ଆସିଛି ଯେତେବେଳେ ଦୁଇ ଦିନ ପୂର୍ବେ ଆଫଗାନିସ୍ତାନରେ ତାଲିବାନ ଏକ ନୂତନ ମଧ୍ୟବର୍ତ୍ତୀ ସରକାର ଗଠନ କରିବାକୁ ଘୋଷଣା କରିଛି। ଏହି ବବୈଠକରେ ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ମନୋଜ ସିହ୍ନା, ଏନଏସଏ ଅଜିତ ଡୋଭାଲ, ସେନା ମୁଖ୍ୟ ଏମ. ଏମ. ନରଭନେ, କେନ୍ଦ୍ର ଗୃହ ସଚିବ ଅଜୟ ଭାଲା, ଆଇବି ନିର୍ଦ୍ଦେଶକ ଅରବିନ୍ଦ କୁମାର, ଆରଏଫ ମୁଖ୍ୟ ସାମନ୍ତ ଗୋଏଲ, ବିଏସଏଫ ଡିଜି ପଙ୍କଜ ସିଂ ଏବଂ ସିଆରପିଏଫ ମୁଖ୍ୟ କୁଲଦୀପ ସିଂ ଅଂଶଗ୍ରହଣ କରିଛନ୍ତି।

ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଇବା ସହ ତାଲିବାନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ହେତୁ ଆତଙ୍କି ଆଡ୍ଡା ଆଫଗାନିସ୍ତାନକୁ ସ୍ଥାନାନ୍ତର କରିଥିବା ଖବର ରହିଛି। ଏହି ଆତଙ୍କବାଦୀ ସଂଗଠନ ଜାମ୍ମୁ କାଶ୍ମୀରରେ ସକ୍ରିୟ ଅଛନ୍ତି ଏବଂ ଅନେକ ଆକ୍ରମଣରେ ଜଡିତ ଅଛନ୍ତି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଜାମ୍ମୁ କାଶ୍ମୀରରେ ସୁରକ୍ଷା ପରିସ୍ଥିତି ଏବଂ ସୀମା ଅନୁପ୍ରବେଶକୁ ରୋକିବା ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପଦକ୍ଷେପ ନିଆଯାଉଛି। ଉଲ୍ଲେଖନୀୟ କଥା ହେଉଛି, ସିରାଜୁଦ୍ଦିନ ହକ୍କାନିଙ୍କୁ ଆଫଗାନିସ୍ତାନର ନୂତନ ଆଭ୍ୟନ୍ତରୀଣ ମନ୍ତ୍ରୀ କରାଯାଇଛି। ସେ ଆତଙ୍କବାଦୀ ହକାନୀ ନେଟୱାର୍କର ମୁଖ୍ୟ ଏବଂ କାବୁଲରେ ଥିବା ଭାରତୀୟ ଦୂତାବାସ ସମେତ ଅନେକ ଭାରତୀୟ ସମ୍ପତ୍ତି ଉପରେ ହୋଇଥିବା ଆକ୍ରମଣ ପଛରେ ତାଙ୍କର ହାତ ରହିଛି।

ଗତ ସପ୍ତାହରେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଯେ, ମୁସଲମାନ ଭାବରେ କାଶ୍ମୀର, ଭାରତ କିମ୍ବା ଅନ୍ୟ କୌଣସି ଦେଶରେ ମୁସଲମାନମାନଙ୍କ ପାଇଁ ଆମର ସ୍ୱର ଉତ୍ତୋଳନ କରିବାର ଅଧିକାର ମଧ୍ୟ ରହିଛି।

Related posts