Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଖୋଲିବ ୮୧ଟି ମିଲେଟ୍ ଶକ୍ତି କିଓସ୍କ
ଆଜିର ଖବର

ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ ଖୋଲିବ ୮୧ଟି ମିଲେଟ୍ ଶକ୍ତି କିଓସ୍କ

September 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆ ସହ ନାନାଦି ପୁଷ୍ଟିଶସ୍ୟ ଚାଷ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରୋତ୍ସାହନ ଦିଆଯାଇ ଆସୁଛି। ଏହାକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପରିଚାଳିତ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନ ଶକ୍ତି ବିଭାଗ ସହାୟତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୮୧ଟି ମିଲେଟ୍ ଶକ୍ତି କିଓସ୍କ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୬ଟି କିଓସ୍କ ଖୋଲିବ।

ଏହି କିଓସ୍କ ସ୍ଥାନୀୟ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ପରଶି ଦେବା ସହ ମିଶନ ଶକ୍ତିର ମା’ମାନଙ୍କୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବ। ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମିଲେଟ୍ସରୁ ଖାଦ୍ୟ ପ୍ରସ୍ତୁତି ଓ ମିଲେଟ୍ ଶକ୍ତି କିଓସ୍କର ପରିଚାଳନାଗତ ତାଲିମ ଦିଆଯାଉଛି।

ଏଥିପାଇଁ ସେପ୍ଟେମ୍ବର ୮ ଓ ୯ ତାରିଖରେ ଜିଲ୍ଲାର ଟାଙ୍ଗରପାଲି ବ୍ଲକ ରଙ୍ଗିଆମୁଣ୍ଡା ସ୍ଥିତ ସେବକ କମ୍ପ୍ଲେକ୍ସଠାରେ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ୱାସନ ପକ୍ଷରୁ ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ପ୍ରଥମ ପର‌୍ୟ୍ୟାୟରେ ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଏଥିରେ ତାଲିମ ଦିଆଯାଇଛି।

“ମିଲେଟ୍ ଶକ୍ତି କିଓସ୍କ ଜରିଆରେ ସ୍ଥାନୀୟ ଲୋକଙ୍କୁ ଜଳଖିଆରେ ପୁଷ୍ଟିକର ଖାଦ୍ୟ ଖାଇବାର ସୁଯୋଗ ମିଳିବ। ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟରେ ଭରପୂର୍ ମାଇକ୍ରୋ ନ୍ୟୁଟ୍ରିଏଂଟ୍, ଭିଟାମିନ୍ ଓ ମିନେରାଲ୍ସ ରହିଛି। ତେଣୁ ଏଥିରୁ ପ୍ରସ୍ତୁତ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିବ। ଏହାସହ କିଓସ୍କ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରର ଆଉ ଏକ ମାଧ୍ୟମ ମଧ୍ୟ ମିଳିପାରିବ”, କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ।

ମାଣ୍ଡିଆରୁ ଏଣ୍ଡୁରି ପିଠା, କାଙ୍ଗୁ ତଥା ସୁଆଁରୁ ବରା, ମାଣ୍ଡିଆ ଚିକେନ ପକୋଡ଼ା, ମାଣ୍ଡିଆରୁ ଖିରି ଆଦି ସୁସ୍ୱାଦୁ ଖାଦ୍ୟ କିଭଳି ତିଆରି କରିହେବ, ଏସ୍ଏଚ୍ଜି ମହିଳାମାନେ ଏହି କର୍ମଶାଳାରୁ ଧାରଣା ପାଇଥିଲେ। ସେହିପରି ମିଲେଟ୍ ଶକ୍ତି କିଓସ୍କର ପରିଚାଳନା ସହ ଏହାର ପରିଷ୍କାର ପରିଚ୍ଛନ୍ନତା କିଭଳି ବଜାୟ ରଖାଯିବ, ସେନେଇ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା।

ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ବ୍ଲକରେ ବର୍ତ୍ତମାନ ମାଣ୍ଡିଆ, ବାଜରା, କୋଦ, ଜହ୍ନା, ଗଙ୍ଗେଇ, ସୁଆଁ ଆଦି ବିଭିନ୍ନ ପ୍ରକାର ପୁଷ୍ଟିଶସ୍ୟ ଚାଷ କରାଯାଉଛି। ମାଣ୍ଡିଆ ତଥା ଅନ୍ୟ ପୁଷ୍ଟିଶସ୍ୟରେ ରହିଛି ପ୍ରଚୁର ପୋଷଣ ଶକ୍ତି। ତେଣୁ ଏହି ପୁଷ୍ଟିଶସ୍ୟକୁ ଚାଷଜମିରୁ ଲୋକଙ୍କ ଖାଦ୍ୟ ଥାଳି ପର‌୍ୟ୍ୟନ୍ତ ନେବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ସୁନ୍ଦରଗଡ଼ ଜିଲ୍ଲାରେ ଆଗାମୀ ଅକ୍ଟୋବର ସୁଦ୍ଧା ୬ଟି ମିଲେଟ୍ ଶକ୍ତି କିଓସ୍କ ଖୋଲାଯିବ। ଜିଲ୍ଲାର ୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏହାର ପରିଚାଳନା ଦାୟିତ୍ୱରେ ରହିବେ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୭୫ଟି କିଓସ୍କ ପର‌୍ୟ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲିବ।

ପ୍ରଶିକ୍ଷଣ କାର‌୍ୟ୍ୟକ୍ରମରେ ଆଇସିଡିଏସ୍ ପ୍ରୋଗ୍ରାମ ଅଫିସର ଚୁଲେଶ୍ୱରୀ ପଟେଲ, ଡିଏମ୍ଏଫର ପୋଷଣ ବିଶେଷଜ୍ଞ କୁସୁମ ସିଏସ୍, ଆଇସିଡିଏସ୍ ଜିଲ୍ଲା ସଂଯୋଜକ ଅରବିନ୍ଦ ମାଝୀ ତଥା ଓଡ଼ିଶା ମିଲେଟ୍ସ ମିଶନର ଅଧିକାରୀମାନେ ଉପସ୍ଥିତ ଥିଲେ।

ମାଣ୍ଡିଆ ଲୋକପ୍ରିୟ ସୁନ୍ଦରଗଡ଼ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.