ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 11, 2021, 7:57 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୩, କଟକରୁ ୧୧୧, ବାଲେଶ୍ଵରରୁ ୪୨, ପୁରୀରୁ ୩୨, ଜଗତସିଂହପୁରରୁ ୨୭, ଯାଜପୁରରୁ ୨୭, ସୁନ୍ଦରଗଡରୁ ୨୬, ମୟୂରଭଞ୍ଜରୁ ୨୦, ଅନୁଗୁଳରୁ ୧୭, ଢେଙ୍କାନାଳରୁ ୧୪, କେନ୍ଦୁଝରରୁ ୧୧, ଦେବଗଡରୁ ୧୦, ସମ୍ବଲପୁରରୁ ୧୦, କେନ୍ଦ୍ରାପଡାରୁ ୯, ଭଦ୍ରକରୁ ୬, ଗଞ୍ଜାମରୁ ୬, ନୟାଗଡରୁ ୬, ରାୟଗଡାରୁ ୬, ଝାରସୁଗୁଡାରୁ ୫, କୋରାପୁଟରୁ ୫, କନ୍ଧମାଳରୁ ୨, ବରଗଡରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧ ହଜାର ୨୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୭୧୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୩୧୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୯୨ କୁ ବୃଦ୍ଧି ହୋଇଛି।

Related posts