
ଭାରତ ଆଜି ୧୦୦୦ରୁ ୧୫୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ସ୍ୱଦେଶୀ ସବ ସୋନିକ କ୍ରୂଜ ମିଶାଇଲ ନିର୍ଭୟର ସପଳ ପରୀକ୍ଷଣ କରିଛି। ଓଡ଼ିଶାର ଉପକୂଳରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ ଏହି ମିଶାଇଲର ବହୁ ଥର ପରୀକ୍ଷଣ କରାଯାଇଥିଲା। ନିର୍ଭୟ ମିଶାଇଲ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ୱାରହେଡକୁ ବହନ ପାରିବାର କ୍ଷମତା ରଖିଛି। ଏହାକୁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ(ଡିଆର୍ଡିଓ)ରେ ବିକଶିତ କରାଯାଇଛି। ଆଜି ଏହାର ସପଳ ପରୀକ୍ଷଣ ପରେ ଏହାକୁ ଖୁବ୍ ଶିଘ୍ର ସେନାରେ ସାମିଲ କରାଯିବ।