
କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ବନଖଣ୍ଡ ଲୁହାପଙ୍କ ସେକ୍ସନ ଅଂଚଳରେ ଏକ ନବ ଜନ୍ମିତ ହାତୀ ଛୁଆର ମୃତ ଦେହକୁ ବନ ବିଭାଗ ଉଦ୍ଧାର କରିଛି।
ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଲୁହାପଙ୍କଲ ସେକ୍ସନ ଅନ୍ତର୍ଗତ ପିଟାନାଳି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ନବ ଜନ୍ମିତ ହାତୀ ଛୁଆ ମୃତ୍ୟୁ ବରଣ କରିଥିବା ବନବିଭାଗ ଖବର ପାଇଥିଲା। ମା ହାତୀ ସୋମବାର ବିଳମ୍ବିତ ରାତ୍ରିରେ ଛୁଆ ଜନ୍ମ ଦେଇଥିଲା। ଯାହା ଅନୁମାନ କରାଯାଉଛି ହାତୀମାନଙ୍କର ଦଳା ଚକଟାରେ ହାତୀ ଛୁଆଟିର ମୃତ୍ୟୁ ହୋଇଥାଇ ପାରେ ବୋଲି ବନ ବିଭାଗ ପ୍ରକାଶ କରିଛି। ମୃତ ହାତୀ ଛୁଆର ଶବକୁ ବ୍ୟବଚ୍ଛେଦ କରାଯାଇ ବନବିଭାଗ ପୋତି ଦେଇଥିବା ଜଣା ପଡିଛି।
ଦିନକୁ ଦିନ ରେଢାଖୋଲ ବନଖଣ୍ଡରେ ହାତୀ ଓ ହାତୀ ଛୁଆମାନଙ୍କର ମୃତ୍ୟୁ ଯୋଗୁଁ ହାତୀ ବଂଶ ଲୋପ ପାଇଯିବାର ଆଶଙ୍କା ରହିଛି। ବେଳେ ବେଳେ ବାଣୁଆମାନେ ମଧ୍ୟ ହାତୀମାନଙ୍କର ଦାନ୍ତ ସଂଗ୍ରହ ପାଇଁ ବନ୍ଧୁକ ସାହାଯ୍ୟରେ ମାରି ପକାଉଥିବା ଏକ ଚିନ୍ତାର କାରଣ ହୋଇଛି। ବନବିଭାଗ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛ।