ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୯୩  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 14, 2021, 7:18 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୯୩  ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୪୩, କଟକରୁ ୧୦୯, ବାଲେଶ୍ଵରରୁ ୩୪, ଜଗତସିଂହପୁରରୁ ୨୨, ମୟୂରଭଞ୍ଜରୁ ୨୧, ପୁରୀରୁ ୨୦, ଯାଜପୁରରୁ ୧୯, ସୁନ୍ଦରଗଡରୁ ୧୬, କେନ୍ଦ୍ରାପଡାରୁ ୧୫, ଭଦ୍ରକରୁ ୧୪, କେନ୍ଦୁଝରରୁ ୧୪, ସମ୍ବଲପୁରରୁ ୧୪, ଅନୁଗୁଳରୁ ୧୦, ଢେଙ୍କାନାଳରୁ ୧୦, କୋରାପୁଟରୁ ୮, ଗଜପତିରୁ ୭, ନୟାଗଡରୁ ୬, ବରଗଡରୁ ୫, ବଲାଙ୍ଗୀରିରୁ ୪, ଗଞ୍ଜାମରୁ ୪, ନବରଙ୍ଗପୁରରୁ ୪, ଦେବଗଡରୁ ୩, ମାଲକାନଗିରିରୁ ୩, ରାୟଗଡାରୁ ୩, ଝାରସୁଗୁଡାରୁ ୨ ଏବଂ ଷ୍ଟେଟ ପୁଲରୁ ୮୩  ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୩ ହଜାର ୬୦୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୨୬୧ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୪୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୦୨ କୁ ବୃଦ୍ଧି ହୋଇଛି।

Related posts