ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୬୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 15, 2021, 7:09 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୧, କଟକରୁ ୮୬, ବାଲେଶ୍ଵରରୁ ୩୦, ଯାଜପୁରରୁ ୩୦, ମୟୂରଭଞ୍ଜରୁ ୨୨, କେନ୍ଦ୍ରାପଡାରୁ ୨୧, ଜଗତସିଂହପୁରରୁ ୨୦, ପୁରୀରୁ ୧୮, ଭଦ୍ରକରୁ ୧୬, ଢେଙ୍କାନାଳରୁ ୧୦, ବରଗଡରୁ ୯, ସୁନ୍ଦରଗଡରୁ ୯, ରାୟଗଡାରୁ ୮, କେନ୍ଦୁଝରରୁ ୭, ସମ୍ବଲପୁରରୁ ୭, ଅନୁଗୁଳରୁ ୫, ବୌଦ୍ଧରୁ ୪, ଗଞ୍ଜାମରୁ ୪, ଗଜପତିରୁ ୩, କୋରାପୁଟରୁ ୩, ବଲାଙ୍ଗୀରିରୁ ୨, ଝାରସୁଗୁଡାରୁ ୨, ମାଲକାନଗିରିରୁ ୨, ନୟାଗଡରୁ ୨, ନୂଆପଡାରୁ ୨, ସୋନପୁରରୁ ୨, ଦେବଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪ ହଜାର ୧୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୧୮ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୩୮୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୦୮ କୁ ବୃଦ୍ଧି ହୋଇଛି।

Related posts