ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୮୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 16, 2021, 9:58 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୫୦, କଟକରୁ ୧୧୧, ବାଲେଶ୍ଵରରୁ ୩୧, ଯାଜପୁରରୁ ୩୧, ମୟୂରଭଞ୍ଜରୁ ୨୯, ଜଗତସିଂହପୁରରୁ ୨୪, ସମ୍ବଲପୁରରୁ ୧୭, ପୁରୀରୁ ୧୬, ସୁନ୍ଦରଗଡରୁ ୧୫, ଭଦ୍ରକରୁ ୧୪, କେନ୍ଦ୍ରାପଡାରୁ ୧୪, ରାୟଗଡାରୁ ୧୨, ଅନୁଗୁଳରୁ ୯, ଢେଙ୍କାନାଳରୁ ୯, କେନ୍ଦୁଝରରୁ ୮, ବରଗଡରୁ ୭, କୋରାପୁଟରୁ ୬, ନବରଙ୍ଗପୁରରୁ ୫, ଦେବଗଡରୁ ୪, ଝାରସୁଗୁଡାରୁ ୪, ଗଞ୍ଜାମରୁ ୩, ବଲାଙ୍ଗୀରିରୁ ୨, ମାଲକାନଗିରିରୁ ୨, ନୟାଗଡରୁ ୨, ସୋନପୁରରୁ ୨, କନ୍ଧମାଳରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪ ହଜାର ୮୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୨୯୮ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୬୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୧୨ କୁ ବୃଦ୍ଧି ହୋଇଛି।

Related posts