ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୪୬ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 19, 2021, 7:46 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୯୬, କଟକରୁ ୧୧୨, ବାଲେଶ୍ଵରରୁ ୪୧, ଯାଜପୁରରୁ ୨୬, କେନ୍ଦ୍ରାପଡାରୁ ୨୪, ସୁନ୍ଦରଗଡରୁ ୨୪, ମୟୂରଭଞ୍ଜରୁ ୨୦, ନୟାଗଡରୁ ୧୯, ଜଗତସିଂହପୁରରୁ ୧୭, ଭଦ୍ରକରୁ ୧୫, ପୁରୀରୁ ୧୫, ବରଗଡରୁ ୧୧, ସମ୍ବଲପୁରରୁ ୧୦, ଢେଙ୍କାନାଳରୁ ୬, ରାୟଗଡାରୁ ୬, ଅନୁଗୁଳରୁ ୫, କେନ୍ଦୁଝରରୁ ୫, ଝାରସୁଗୁଡାରୁ ୪, କନ୍ଧମାଳରୁ ୪, ବଲାଙ୍ଗୀରିରୁ ୩, ଗଞ୍ଜାମରୁ ୩, କୋରାପୁଟରୁ ୨, ମାଲକାନଗିରିରୁ ୨, ନୂଆପଡାରୁ ୨, ନୂଆପଡାରୁ ୨, ଦେବଗଡରୁ ୧, ସୋନପୁରରୁ ୧  ଏବଂ ଷ୍ଟେଟ ପୁଲରୁ ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୭ ହଜାର ୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୨୪୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୯୯୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୨୯ କୁ ବୃଦ୍ଧି ହୋଇଛି।

Related posts