
ସୀତାରାମ ଅଗ୍ରୱାଲ
ବାଣପୁର: ଗତକାଲି ଭୁବନେଶ୍ୱର ଶତାବ୍ଦୀ ନଗରରେ ଜଣେ ଛାତ୍ର ଡ୍ରେନରେ ଭାସି ମୃତ୍ୟୁବରଣ କରିଥିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଅନୁରୂପ ଭାବେ ସମାନ ଧରଣର ଘଟଣା ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଘଟିଯାଇଛି। ଜଣେ ବୟସ୍କ ବ୍ୟକ୍ତି ନଈରେ ଭାସିଯାଇ ନିଖୋଜ ଅଛନ୍ତି।
ସୂଚନା ମୁତାବକ ଆଜି ସକାଳ ୬ ଘଟିକାରେ ମାଣିକପୁର ଗ୍ରାମର ଚରଣ ବେହେରା (୬୦) ଶୌଚ୍ଚ ନିମନ୍ତେ ମାଣିକପୁର ଗ୍ରାମର ଜାମୁଆ ତୁଠ (ଶାଳିଆ ନଈ) ମଧ୍ୟକୁ ଯାଇଥିବାବେଳେ ଜଳର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ଖବର ପାଇ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କ ନେତୃତ୍ୱରେ ଏକ ଟିମ ସକାଳ ୭ ଘଟିକାରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଚରଣଙ୍କ ସନ୍ଧାନ ମିଳିପାରିନାହିଁ।