ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୦ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 20, 2021, 7:59 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୨, କଟକରୁ ୮୨, ଯାଜପୁରରୁ ୩୩, ମୟୂରଭଞ୍ଜରୁ ୩୨, ବାଲେଶ୍ବରରୁ ୩୧, ସୁନ୍ଦରଗଡରୁ ୨୦, ପୁରୀରୁ ୧୮, ଅନୁଗୁଳରୁ ୧୬, ଜଗତସିଂହପୁରରୁ ୧୩, କେନ୍ଦ୍ରାପଡାରୁ ୧୦, ଭଦ୍ରକରୁ ୮, ଢେଙ୍କାନାଳରୁ ୮, ସମ୍ବଲପୁରରୁ ୮, ବଲାଙ୍ଗୀରିରୁ ୫, ଦେବଗଡରୁ ୫, ରାୟଗଡାରୁ ୫, ବରଗଡରୁ ୪, ଗଞ୍ଜାମରୁ ୪, ଝାରସୁଗୁଡାରୁ ୩, କନ୍ଧମାଳରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ନୟାଗଡରୁ ୨, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୫୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୭ ହଜାର ୬୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୭୫୪ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୯୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୩୫ କୁ ବୃଦ୍ଧି ହୋଇଛି।

Related posts