ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୬୦ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 21, 2021, 7:08 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୩୬, କଟକରୁ ୭୭, ଯାଜପୁରରୁ ୩୦, ସୁନ୍ଦରଗଡରୁ ୨୫, ଜଗତସିଂହପୁରରୁ ୨୩, ବାଲେଶ୍ବରରୁ ୨୨, ମୟୂରଭଞ୍ଜରୁ ୨୨, ପୁରୀରୁ ୧୮, ଭଦ୍ରକରୁ ୧୦, ନୟାଗଡରୁ ୭, କେନ୍ଦ୍ରାପଡାରୁ ୬, ମାଲକାନଗିରିରୁ ୫, ଦେବଗଡରୁ ୪, ନୂଆପଡାରୁ ୪, ଗଜପତିରୁ ୩, ଗଞ୍ଜାମରୁ ୩, ବରଗଡରୁ ୨, ଢେଙ୍କାନାଳରୁ ୨, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ଅନୁଗୁଳରୁ ୧, ଝାରସୁଗୁଡାରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୮ ହଜାର ୨୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୧ ହଜାର ୨୧୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୭୯୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୪୬ କୁ ବୃଦ୍ଧି ହୋଇଛି।

Related posts