Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ବଲପୁରଠାରେ ଓଡ଼ିଶାରେ ବି ବିଜେପି ସରକାରର ଦୃଢୋକ୍ତି ପ୍ରକାଶ କଲେ ମୋଦି
ଆଜିର ଖବର

ସମ୍ବଲପୁରଠାରେ ଓଡ଼ିଶାରେ ବି ବିଜେପି ସରକାରର ଦୃଢୋକ୍ତି ପ୍ରକାଶ କଲେ ମୋଦି

April 16, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଆଜି ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଉଭୟ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରଥମେ ସମ୍ବଲପୁରୀ ଭାଷାରେ ସଭାକୁ ସମ୍ବୋଧନ କରି  ଓଡ଼ିଶା ଆସିବା ତାଙ୍କ ପାଇଁ ଏକ ତୀର୍ଥଯାତ୍ରା ବୋଲି କହିଛନ୍ତି। ସେହିପରି ଦିଲ୍ଲୀରେ ପୁଣିଥରେ ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ହେବା ନେଇ ବେଶ୍‌ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି। ସ୍ୱାଧୀନତାର ଏତେ ବର୍ଷ ପରେ ବି ଓଡ଼ିଶା ଲୋକ ଗରିବ ରହିଛନ୍ତି। ଏଠାରେ ବିଦ୍ୱେଷ, ଅସମାନତା ଭାବ ସୃଷ୍ଟି କରାଯାଇଛି। ଏଠାରେ ମହାନଦୀ, ହୀରାକୁଦ ପରି ଜଳ ସଂପଦ ରହିଛି। ଏମ୍ଏସପି ବଢ଼ାଯାଇଛି। ରାଜ୍ୟ ସେହି ଲାଭ ଚାଷୀଙ୍କୁ ଦେଉନାହିଁ। ଏଠାରେ ପିଏମ୍ କିଷାନରେ ଚାଷୀମାନେ ଲାଭ ପାଉ ନାହାନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ବି ବିଜେପି ସରକାର ହେବା ଜଣାପଡ଼ିଯାଇଛି। ମୋଦି ସରକାର ଆସିଲେ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଯିବ। କୌଣସି ଦଲାଲ ଚାଷୀଙ୍କ ଟଙ୍କାରେ ହାତ ମାରିପାରିବ ନାହିଁ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ,  ଅଟଳ ବିହାରୀଙ୍କ ସରକାର ବେଳେ ଆଦିବାସୀ ମନ୍ତ୍ରାଳୟ ହୋଇଥିଲା। ନୂଆ ସରକାର ଆସିବା ପରେ ମତ୍ସ୍ୟ ମନ୍ତ୍ରାଳୟ ହେବ। ମତ୍ସ୍ୟ ସଂପଦ ଯୋଜନାରେ ୧୦ହଜାର କୋଟି ଖର୍ଚ୍ଚ ହେବ। ମାଛଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡରେ ସାମିଲ କରାଯିବ। ଯେଉଁମାନେ କେବଳ ପିସି ଖାଇବା ପାଇଁ ରହିଛନ୍ତି ସେମାନେ ସାଧାରଣ ଜନତାର ଉନ୍ନତିର ଚିନ୍ତା କରିବେନି। ଖଣି ଏବଂ ଚିଟଫଣ୍ଡ ମାଫିଆଙ୍କୁ ସରକାର ପ୍ରଶ୍ରୟ ଦେଉଛନ୍ତି। ଏଠାରେ ଆଦିବାସୀଙ୍କ ସହ ଧୋକା ହେଉଛି। ବିଜେପି ସରକାର ଖଣି ଖୋଦନ ନିୟମ ପରିବର୍ତନ କରିଥିଲେ। ଡିଏମଏଫ ଆରମ୍ଭ କରିଥିଲେ। ଓଡିଶାକୁ ୬୦୦୦ କୋଟି ମିଳିଲା। କିନ୍ତୁ ଖର୍ଚ୍ଚ ହୋଇପାରିଲା ନାହିଁ। କୌଣସୀ ବିକାଶମୂଳକ କାମ ହୋଇପାରିଲା ନାହିଁ। ପୁନଶ୍ଚ ଚାଉଳ ଗୁମର ବିଷୟରେ ମୋଦି କହିଛନ୍ତି ଯେ, ଏଠାକାର ସରକାର ଚତୁରତାର ସହ କାମ କରୁଛନ୍ତି। ୧ ଟଙ୍କାରେ ଯେଉଁ ଚାଉଳ ଗରୀବଙ୍କୁ ମିଳୁଛି ସେଥିରୁ ୨୯ ଟଙ୍କା କେନ୍ଦ୍ର ଦେଉଛି। ରାଜ୍ୟ ମାତ୍ର ୨ଟଙ୍କା ଦେଉଛନ୍ତି। ଏବଂ କହୁଛନ୍ତି କି ଓଡିଶା ସରକାର ଦେଉଛନ୍ତି ବୋଲି କହିଛନ୍ତି ମୋଦି। ସେହିପରି ବିଜେପିକୁ ଭୋଟ୍‌ ଦେବା ପାଇଁ ଅପିଲ୍‌ କରି କହିଛନ୍ତି ଯେ, ମୋଦି ସରକାର ହେବା ପରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବ, ଗତ ୫ ବର୍ଷରେ ଓଡ଼ିଶାର ଗ୍ରାମରେ ୧୨ ଲକ୍ଷ ପକ୍କା ଘର ମିଳିଛି। ଆୟୁଷ୍ମାନ ଯୋଜନା ଲାଗୁ ହେବ। ଗରିବ ପରିବାରକୁ ୫ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟସେବା ମିଳିବ। ଭୁବନେଶ୍ୱର ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ  ବୋଲି କହିଛନ୍ତି ମୋଦି।

Modi rally sambalpur thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026
Latest News

ମାର୍ଚ୍ଚ ୧୪ ରେ ବ୍ରହ୍ମପୁରରେ ଜାତୀୟ ଲୋକ ଅଦାଲତ

February 26, 2026

‘ଦି କେରଳ ଷ୍ଟୋରୀ 2’ ର ମୁକ୍ତିଲାଭ ଉପରେ ହାଇକୋର୍ଟଙ୍କ ରୋକ: ସୁପ୍ରିମକୋର୍ଟ ଯିବେ ନିର୍ମାତା

February 26, 2026

CBSEର ବଡ଼ ନିଷ୍ପତ୍ତି: ଷଷ୍ଠ ଶ୍ରେଣୀରୁ ପଢ଼ାଯିବ ତିନୋଟି ଭାଷା

February 26, 2026

‘ଆଶ୍ରମର ପରିବେଶ ପବିତ୍ର ନୁହେଁ’: ଶଙ୍କରାଚାର୍ଯ୍ୟଙ୍କ ଉପରେ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଭୂମିକା ଦ୍ୱିବେଦୀ

February 26, 2026

‘ନିଶାମୁକ୍ତ ଓଡ଼ିଶା ଅଭିଯାନ’: ୨୨୫ କୋଟି ମୂଲ୍ୟର ହାଶିଶ ତେଲ ଓ ୫ କୋଟିର ଗଞ୍ଜେଇ ଜବତ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.