କରୋନା ଅପଡେଟ୍: ୧୮୭ ଦିନ ପରେ ସବୁଠୁ କମ ସକ୍ରିୟ ଆକ୍ରାନ୍ତ ମାମଲା

Published: Sep 23, 2021, 11:00 am IST

ନୂଆଦିଲ୍ଲୀ: ଦେଶରେ ୧୮୭ ଦିନ ପରେ ସକ୍ରିୟ ଆକ୍ରାନ୍ତ ମାମଲା ସବୁଠୁ କମ ରେକର୍ଡ କରାଯାଇଛି। ଦେଶରେ ଏବେ ୩ ଲକ୍ଷ ୧ ହଜାର ୬୪୦ ସକ୍ରିୟ ଆକ୍ରାନ୍ତ କେସ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୧ ହଜାର ୯୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୫ ଲକ୍ଷ ୬୩ ହଜାର ୪୨୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୬ ହଜାର ୫୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୮ ଲକ୍ଷ ୧୫ ହଜାର ୭୩୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୧ ହଜାର ୬୪୦ ଆକ୍ଟିଭ୍‌ କେସ୍ ରହିଛି।

Related posts