ଭାରତରେ ପ୍ରବେଶ କଲେ ଆଫଗାନିସ୍ତାନ ଆତଙ୍କବାଦୀ!: ସତର୍କ କରାଇଲା ଗୁପ୍ତଚର ଏଜେନ୍ସି

Published: Sep 23, 2021, 2:55 pm IST

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରୁଥିବା ଖବର ଆସିଛି। ଗୁପ୍ତଚର ଏଜେନ୍ସିମାନେ ଏକ ସତର୍କ ସୂଚନା ଜାରି କରିଛନ୍ତି। ଏକ ବଡ଼ ଆକ୍ରମଣ ହେବାର ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି। ସୂଚନାନୁସାରେ, ସେନା ଶିବିର କିମ୍ବା ବଡ ସରକାରୀ ଅନୁଷ୍ଠାନ ଆତଙ୍କବାଦୀଙ୍କ ଟାର୍ଗେଟ ହୋଇପାରେ।

ଗୁପ୍ତଚର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧୮ ତାରିଖ ଦିନ ଉରି ସେକ୍ଟରର ଏକ ପୋଷ୍ଟରୁ ପାଞ୍ଚ ଜଣ ଆଫଗାନିସ୍ତାନ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି।

ସୂଚନାନୁସାରେ, ଉରି ସେକ୍ଟରରେ ସେନା ଦ୍ୱାରା ସର୍ଚ୍ଚ ଅପରେସନ ଚାଲିଛି। ଏହି ପାଞ୍ଚ ଜଣ ଆତଙ୍କବାଦୀ ଆଫଗାନିସ୍ତାନରୁ ଆସିଛନ୍ତି, ତେଣୁ ସେମାନେ କାଶ୍ମୀରର ଲୋକଙ୍କ ମଧ୍ୟରେ ସହଜରେ ମିଶି ପାରିବେ ନାହିଁ। ସୁରକ୍ଷା ବାହିନୀ ସେମାନଙ୍କୁ ନିରନ୍ତର ଖୋଜୁଛନ୍ତି। ସମସ୍ତ ସନ୍ଦେହଜନକ ସ୍ଥାନରେ ଚଢାଉ କରାଯାଉଛି। ଏହା ବ୍ୟତୀତ ଯେଉଁମାନେ ସେମାନଙ୍କୁ ଆଶ୍ରୟ ଦେଇ ପାରିବେ ସେମାନଙ୍କୁ ମଧ୍ୟ ପଚରାଯାଉଛି। ସେନା ଶିବିର କିମ୍ବା ବଡ ସରକାରୀ ଅନୁଷ୍ଠାନରେ ସୁରକ୍ଷା ବୃଦ୍ଧି କରାଯାଇଛି।

Related posts