ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୯୪  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 24, 2021, 8:57 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୯, କଟକରୁ ୮୩, ବାଲେଶ୍ବରରୁ ୧୮, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୮, ପୁରୀରୁ ୧୮, ନୟାଗଡରୁ ୧୦, ଭଦ୍ରକରୁ ୯, କେନ୍ଦ୍ରାପଡାରୁ ୯, ସୁନ୍ଦରଗଡରୁ ୮, ମୟୂରଭଞ୍ଜରୁ ୭, ରାୟଗଡାରୁ ୭, ଝାରସୁଗୁଡାରୁ ୬, ସମ୍ବଲପୁରରୁ ୬, ଗଞ୍ଜାମରୁ ୫, ବରଗଡରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୪, ଦେବଗଡରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୯ ହଜାର ୫୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୧୩୩ କୁ ବୃଦ୍ଧି ହୋଇଥିବାବେଳେ  ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୩୩୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୬୩ କୁ ବୃଦ୍ଧି ହୋଇଛି।

Related posts