ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୧  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 25, 2021, 8:04 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୬୦, କଟକରୁ ୬୭, ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ବାଲେଶ୍ବରରୁ ୨୭, ମୟୂରଭଞ୍ଜରୁ ୨୨, କୋରାପୁଟରୁ ୧୫, ପୁରୀରୁ ୧୧, ଅନୁଗୁଳରୁ ୧୦, ସୁନ୍ଦରଗଡରୁ ୧୦, ବରଗଡରୁ ୮, କେନ୍ଦ୍ରାପଡାରୁ ୮, ମାଲକାନଗିରିରୁ ୮, ସମ୍ବଲପୁରରୁ ୮, ଭଦ୍ରକରୁ ୭, ନୟାଗଡରୁ ୬, ଗଞ୍ଜାମରୁ ୫, ଝାରସୁଗୁଡାରୁ ୪, କେନ୍ଦୁଝରରୁ ୨, ରାୟଗଡାରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୦ ହଜାର ୧୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୭୩୫ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୩୨୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୭୦ କୁ ବୃଦ୍ଧି ହୋଇଛି।

Related posts