ତାଲିବାନ ସହିତ କଥାବାର୍ତ୍ତା ଲାଗି ସରକାରକୁ ପରାମର୍ଶ ଦେଲେ ଫାରୁକ୍ ଅବଦୁଲ୍ଲା: ମନ୍ତବ୍ୟକୁ ନେଇ ଚର୍ଚ୍ଚା

Published: Sep 25, 2021, 8:56 pm IST

ନୂଆଦିଲ୍ଲୀ: ନ୍ୟାସନାଲ କନଫେରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା ତାଲିବାନ ସହ ଆଲୋଚନା କରିବାକୁ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, ଯେତେବେଳେ ଆମେ ସେହି ଦେଶରେ ଏତେ ବିନିଯୋଗ କରିଛୁ, ସେତେବେଳେ ସେମାନଙ୍କ ସହ ସମ୍ପର୍କ ରଖିବାରେ କ’ଣ କ୍ଷତି ହେବ?

ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ, “ଆଫଗାନିସ୍ତାନରେ ତାଲିବାନର ଶକ୍ତି ଅଛି। ଆଫଗାନିସ୍ତାନରେ ପୂର୍ବ ଶାସନ କାଳରେ ଭାରତ ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ବର୍ତ୍ତମାନର ଆଫଗାନିସ୍ତାନ ତାଲିବାନ ସହ କଥା ହେବା ଉଚିତ୍। ଆମେ ସେହି ଦେଶରେ ବହୁତ ବିନିଯୋଗ କରିଛୁ, ତେଣୁ ସେମାନଙ୍କ ସହିତ ସମ୍ପର୍କ ରଖିବାରେ କ୍ଷତି କଣ? ”

ଗତ ଶାସନ କାଳରେ ଭାରତ ଆଫଗାନିସ୍ତାନରେ ୨୩ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛି। ଭାରତ ଆଫଗାନିସ୍ତାନର ସଂସଦ ଭବନ ନିର୍ମାଣ କରିଛି ଏବଂ ଆଫଗାନିସ୍ତାନ ସହିତ ମିଶି ଏକ ବଡ ଡ୍ୟାମ ମଧ୍ୟ ନିର୍ମାଣ କରିଛି। ଭାରତ ଶିକ୍ଷା ଏବଂ ବୈଷୟିକ ସହାୟତା ମଧ୍ୟ ଦେଇଛି। ଏଥି ସହିତ ଆଫଗାନିସ୍ତାନର ପ୍ରାକୃତିକ ସମ୍ପଦରେ ବିନିଯୋଗକୁ ମଧ୍ୟ ଭାରତ ଉତ୍ସାହିତ କରିଛି।

Related posts