କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୨୮ ହଜାର ୩୨୬ ଆକ୍ରାନ୍ତ ଚିହ୍ନଟ

Published: Sep 26, 2021, 11:44 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୩୨୬ ଜଣ କରୋନା ଅପଡେଟ୍ ହୋଇଥିବା ବେଳେ ୨୬୦ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୬ ଲକ୍ଷ ୫୨ ହଜାର ୭୪୫ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୬ ହଜାର ୯୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୨ ହଜାର ୩୫୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୩ ହଜାର ୪୭୬ ଆକ୍ଟିଭ୍‌ କେସ୍ ରହିଛି।

Related posts