BIG BREAKING : ଆଜି ସଂଧ୍ୟାରେ ଯୋଗୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ଚର୍ଚ୍ଚା, ସାମିଲ ହେବେ ନୂଆ ମୁହଁ

Published: Sep 26, 2021, 12:35 pm IST

ନୂଆଦିଲ୍ଲୀ: ଆଜି ଉତ୍ତର ପ୍ରଦେଶ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ହେବ। ଏ ନେଇ ୟୁପି ଗଣମାଧ୍ୟମରେ ଜୋରଯାର ପ୍ରଚାର ଚାଲିଛି। Nଭାରତ ସମାଚାର ଟିଭି ଚ୍ୟାନେଲ ଅନୁସାରେ ଆଜି ସଂଧ୍ୟା ସାତଟା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅଦଳ ବଦଳ କରିବେ। ଆଜି ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

ଏହି ଅଦଳବଦଳରେ ପ୍ରାୟ ସାତରୁ ଆଠ ଜଣ ନୂଆ ମନ୍ତ୍ରୀ ସାମିଲ ହେବେ ବୋଲି ଅନୁମାନ କରାଯାଉଛି। ଆସନ୍ତା ବର୍ଷ ୟୁପିରେ ନିର୍ବାଚନ ହେବାକୁ ଥିବାରୁ ଏହି ଅଦଳବଦଳ ବେଶ ଗୁରୁତ୍ବ ବହନ କରୁଛି। ଏଥିରେ କିଏ ସାମିଲ ହେବ ସେ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ କୌଣସି ମନ୍ତ୍ରୀଙ୍କୁ ବାଦ ଦେବେ ନାହିଁ।

Related posts