ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪୬  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 26, 2021, 6:32 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୭, କଟକରୁ ୧୦୩, ଜଗତସିଂହପୁରରୁ ୨୩, ସୁନ୍ଦରଗଡରୁ ୨୩, ଯାଜପୁରରୁ ୧୯, ମୟୂରଭଞ୍ଜରୁ ୧୮, ପୁରୀରୁ ୧୮, ବାଲେଶ୍ବରରୁ ୧୭, ସମ୍ବଲପୁରରୁ ୧୫, ଢେଙ୍କାନାଳରୁ ୧୦, କେନ୍ଦ୍ରାପଡାରୁ ୧୦, ରାୟଗଡାରୁ ୧୦, ବରଗଡରୁ ୭, ଗଞ୍ଜାମରୁ ୬, ଅନୁଗୁଳରୁ ୩, ନୟାଗଡରୁ ୩, ଭଦ୍ରକରୁ ୨, ଦେବଗଡରୁ ୨, ଝାରସୁଗୁଡାରୁ ୨, ବଲାଙ୍ଗୀରିରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୦ ହଜାର ୮୨୯ ଜଣ ସୁସ୍ଥ ହୋଇ ଘରକୁ ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୩୨୦ କୁ ବୃଦ୍ଧି ହୋଇଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୨୬୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୭୫ କୁ ବୃଦ୍ଧି ହୋଇଛି।

Related posts