ନୀତିଶ କୁମାରଙ୍କ ପୁଣିଥରେ ବିରୋଧର ସ୍ଵର: ଜାତିଗତ ଜନଗଣନା ପାଇଁ କେନ୍ଦ୍ରକୁ ଦେଲେ ପରାମର୍ଶ

Published: Sep 26, 2021, 9:23 pm IST

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଦିନ ଜାତିଗତ ଜନଗଣନା ପାଇଁ ନିଜର ଦାବିକୁ ଦୋହରାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଏହା ଜାତୀୟ ସ୍ୱାର୍ଥରେ ଏବଂ ବିକାଶ ଦୌଡରେ ପଛୁଆ ସମ୍ପ୍ରଦାୟର ପ୍ରଗତିରେ ସହାୟକ ହେବ। ସୁପ୍ରିମକୋର୍ଟରେ କେନ୍ଦ୍ର ଦାଖଲ କରିଥିବା ଆଫିଡେଭିଟ୍ ବିଷୟରେ ପଚରାଯାଇଥିବା ବେଳେ ନୀତୀଶ ଗଣମାଧ୍ୟମକୁ କହିଛନ୍ତି ଯେ, ଏହା ଠିକ୍ ନୁହେଁ। କିନ୍ତୁ ଜାତିଗତ ଜନଗଣନା ପ୍ରସଙ୍ଗରେ ଏହି ମାମଲା ସିଧାସଳଖ ଜଡିତ ନୁହେଁ। ଜାତି ଆଧାରରେ ଜନଗଣନାକୁ କେନ୍ଦ୍ର ପ୍ରତ୍ୟାଖ୍ୟାନ କରିଥିଲା।

ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଆସିଥିବା ଜନତା ଦଳ (ୟୁ) ନେତା ଜାତିଗତ ଜନଗଣନା ବିରୋଧରେ ସମସ୍ତ ଯୁକ୍ତି ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ଏହାର ଚାହିଦା କେବଳ ବିହାରରୁ ନୁହେଁ ବରଂ ଅନେକ ରାଜ୍ୟରୁ ମଧ୍ୟ ଆସୁଛି। ହୋଇଛି। ନୀତୀଶ କହିଛନ୍ତି ଯେ, ସେ ଏହି ପ୍ରସଙ୍ଗରେ ବିହାରର ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ସହ ଆଲୋଚନା କରିବେ ଏବଂ ଭବିଷ୍ୟତର ରଣନୀତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବେ।

Related posts