ଭବନୀପୁର ଉପ-ନିର୍ବାଚନ: ବିଜେପି ନେତା ଦିଲୀପ ଘୋଷଙ୍କୁ ଅଟକାଇଲେ ଟିଏମସି କର୍ମୀ

Published: Sep 27, 2021, 5:59 pm IST

କୋଲକୋତା: ପଶ୍ଚିମବଙ୍ଗର ଭବାନୀପୁର ଉପ-ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଆଜି ପ୍ରଚାର କରିବାକୁ ଆସିଥିବା ବିଜେପି ନେତା ଦିଲୀପ ଘୋଷଙ୍କୁ ଟିଏମସି କାର୍ଯ୍ୟକର୍ତ୍ତା ଠେଲା-ପେଲା କରିଥିବା ଦେଖାଯାଇଛି। ବିଜେପି ସାଂସଦ ଅର୍ଜୁନ ସିଂଙ୍କ ସହ ଘୋଷ ଥିଲେ। ଟିଏମସି କର୍ମୀମାନେ ଉଭୟ ନେତାଙ୍କୁ ଗୋଡ଼ାଇଥିଲେ। ଏହି ସମୟରେ ସେଠାରେ ବହୁତ ଉତ୍ତେଜନା ଦେଖାଯାଇଥିଲା। ବିଜେପି ନେତାଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀମାନେ ଉଭୟ ନେତାଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇଥିଲେ। କିନ୍ତୁ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଅସ୍ତ୍ରଶସ୍ତ୍ର ବାହାର କରିବାକୁ ପଡ଼ିଲା।

ଉଲ୍ଲେଖ ଯୋଗ୍ୟ ଯେ, ଉପ-ନିର୍ବାଚନରେ ​​ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସିର ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପାଇଁ ପ୍ରିୟଙ୍କା ଟିବରେୱାଲ ପ୍ରାର୍ଥୀ ହୋଇଛନ୍ତି। ଏହି ଆସନ ପାଇଁ ମତଦାନ ସେପ୍ଟେମ୍ବର 30 ତାରିଖରେ ଅନୁଷ୍ଠିତ ହେବ।

Related posts