ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୫୩  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 27, 2021, 9:50 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୨୦, କଟକରୁ ୭୧, ଯାଜପୁରରୁ ୩୯, ଜଗତସିଂହପୁରରୁ ୨୬, ବାଲେଶ୍ବରରୁ ୨୨, ମୟୂରଭଞ୍ଜରୁ ୧୮, ଝାରସୁଗୁଡାରୁ ୧୦, ସମ୍ବଲପୁରରୁ ୯, ଗଜପତିରୁ ୭, କେନ୍ଦ୍ରାପଡାରୁ ୭, ପୁରୀରୁ ୭, ଅନୁଗୁଳରୁ ୬, ଭଦ୍ରକରୁ ୬, ଢେଙ୍କାନାଳରୁ ୫, ନୟାଗଡରୁ ୫, ଗଞ୍ଜାମରୁ ୪, ସୁନ୍ଦରଗଡରୁ ୩, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୨, ମାଲକାନଗିରିରୁ ୨, ସୋନପୁରରୁ ୨, ବୌଦ୍ଧରୁ ୧, ଦେବଗଡରୁ ୧, କୋରାପୁଟରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୧ ହଜାର ୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୪ ହଜାର ୭୬୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୪୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୮୦ କୁ ବୃଦ୍ଧି ହୋଇଛି।

Related posts