ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୩୪  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 28, 2021, 8:39 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୬୯, କଟକରୁ ୭୩, ଭଦ୍ରକରୁ ୩୧, ବାଲେଶ୍ବରରୁ ୩୦, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୭, ପୁରୀରୁ ୧୯, ମୟୂରଭଞ୍ଜରୁ ୧୪, ଅନୁଗୁଳରୁ ୧୩, ସମ୍ବଲପୁରରୁ ୧୨, କେନ୍ଦ୍ରାପଡାରୁ ୯, ଢେଙ୍କାନାଳରୁ ୮, ସୁନ୍ଦରଗଡରୁ ୬, ଝାରସୁଗୁଡାରୁ ୫, କୋରାପୁଟରୁ ୪, ବରଗଡରୁ ୩, ଗଜପତିରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୩, କନ୍ଧମାଳରୁ ୨, କେନ୍ଦୁଝରରୁ ୨, ରାୟଗଡାରୁ ୨, ବଲାଙ୍ଗୀରିରୁ ୧, ଦେବଗଡରୁ ୧, କଳାହାଣ୍ଡିରୁ ୧, ମାଲକାନଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୨ ହଜାର ୧୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୩୦୯ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୯୫୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୮୭ କୁ ବୃଦ୍ଧି ହୋଇଛି।

Related posts