ଦିଲ୍ଲୀରେ ‘ଦେଶଭକ୍ତି ପାଠ୍ୟକ୍ରମ’ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

Published: Sep 28, 2021, 9:51 pm IST

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ‘ଦେଶଭକ୍ତି ପାଠ୍ୟକ୍ରମ’ ଆରମ୍ଭ କରିଛନ୍ତି। ଏହା ଅଧୀନରେ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ପିଲାମାନଙ୍କୁ ଦେଶଭକ୍ତି ଏବଂ ଦେଶପ୍ରେମର ଶିକ୍ଷା ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୭୪ ବର୍ଷ ମଧ୍ୟରେ ଆମେ ଆମ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଶିକ୍ଷା ଦେଇଛୁ। କିନ୍ତୁ ପିଲାମାନଙ୍କୁ ଦେଶପ୍ରେମ ଶିକ୍ଷା ଦେଇନାହୁଁ। ଦେଶଭକ୍ତ ପାଠ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟରେ ନିଜ ଦେଶକୁ ଭଲ ପାଇବା ଶିକ୍ଷା ଦିଆଯିବ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ଗତ ୭୪ ବର୍ଷ ମଧ୍ୟରେ ଆମେ ଆମ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଶିକ୍ଷା ଦେଇଛୁ। କିନ୍ତୁ ଆମ ପିଲାମାନଙ୍କୁ ଦେଶପ୍ରେମ ଶିକ୍ଷା ଦେଇନାହୁଁ, ମୁଁ ଖୁସି ଯେ ଆଜି ଦିଲ୍ଲୀ ସରକାର ଏହା ଆରମ୍ଭ କରିଛନ୍ତି। ଦେଶଭକ୍ତ ପାଠ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟରେ ନିଜ ଦେଶକୁ ଭଲ ପାଇବା ଶିକ୍ଷା ଦିଆଯିବ।

ଏହି ଅବସରରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଏହି ପାଠ୍ୟକ୍ରମ ଖାଲି ଦେଶପ୍ରେମ ବିଷୟରେ କହିବ ନାହିଁ, ଏହା ଭାବନା ସୃଷ୍ଟି କରିବ। ଏହା ଏପରି ଛାତ୍ରମାନଙ୍କୁ ପ୍ରସ୍ତୁତ କରିବ, ଯେଉଁମାନଙ୍କ ହୃଦୟରେ ଦେଶଭକ୍ତି ରହିବ, ଏବଂ ସେମାନଙ୍କ ହୃଦୟରେ ଦେଶପ୍ରେମ ରହିବ।

Related posts