କରୋନା ଅପଡେଟ୍: କ୍ରମାଗତ ଦ୍ଵିତୀୟ ଦିନ ପାଇଁ ଦେଶରେ ୨୦ ହଜାରରୁ କମ ଆକ୍ରାନ୍ତ ଚିହ୍ନଟ

Published: Sep 29, 2021, 10:54 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୭ ଲକ୍ଷ ୧୬ ହଜାର ୪୫୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୭ ହଜାର ୭୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୭ ହଜାର ୬୨୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨ ଲକ୍ଷ ୮୨ ହଜାର ୫୨୦ ଆକ୍ଟିଭ୍‌ କେସ୍ ରହିଛି।

Related posts