ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୬୭  ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 29, 2021, 8:17 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୯୩, କଟକରୁ ୪୪, ଜଗତସିଂହପୁରରୁ ୨୯, ବାଲେଶ୍ବରରୁ ୨୮, ଯାଜପୁରରୁ ୨୨, ଅନୁଗୁଳରୁ ୧୪, ମୟୂରଭଞ୍ଜରୁ ୧୩, ପୁରୀରୁ ୧୩, ଭଦ୍ରକରୁ ୧୨, ଗଜପତିରୁ ୧୦, ସମ୍ବଲପୁରରୁ ୭, ଗଞ୍ଜାମରୁ ୬, କେନ୍ଦ୍ରାପଡାରୁ ୬, ରାୟଗଡାରୁ ୫, କନ୍ଧମାଳରୁ ୪, ଢେଙ୍କାନାଳରୁ ୩, ଝାରସୁଗୁଡାରୁ ୩, କୋରାପୁଟରୁ ୨, ସୁନ୍ଦରଗଡରୁ ୨, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ନବରଙ୍ଗପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୨ ହଜାର ୫୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୮୭୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୯୨ କୁ ବୃଦ୍ଧି ହୋଇଛି।

Related posts