ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Sep 30, 2021, 7:24 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୦୦, କଟକରୁ ୮୫, ବାଲେଶ୍ବରରୁ ୩୪, ଜଗତସିଂହପୁରରୁ ୨୯, ଯାଜପୁରରୁ ୨୮, ମୟୂରଭଞ୍ଜରୁ ୨୭, ପୁରୀରୁ ୧୭, ସୁନ୍ଦରଗଡରୁ ୧୫, କେନ୍ଦ୍ରାପଡାରୁ ୧୧, ସମ୍ବଲପୁରରୁ ୧୦, ଭଦ୍ରକରୁ ୯, ନୟାଗଡରୁ ୬, ଅନୁଗୁଳରୁ ୫, ଗଞ୍ଜାମରୁ ୫, ଝାରସୁଗୁଡାରୁ ୫, ରାୟଗଡାରୁ ୫, ବରଗଡରୁ ୪, ଦେବଗଡରୁ ୪, ଗଜପତିରୁ ୩, ବଲାଙ୍ଗୀରିରୁ ୨, କଳାହାଣ୍ଡିରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନୂଆପଡାରୁ ୨, କନ୍ଧମାଳରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୩ ହଜାର ୧୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୪୭୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୮୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୧୯୮ କୁ ବୃଦ୍ଧି ହୋଇଛି।

Related posts