ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୯୧ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 1, 2021, 6:24 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୩୨, କଟକରୁ ୭୫, ଜଗତସିଂହପୁରରୁ ୩୦, ଯାଜପୁରରୁ ୨୯, ପୁରୀରୁ ୨୨, ଭଦ୍ରକରୁ ୧୬, ମୟୂରଭଞ୍ଜରୁ ୧୪,  ସମ୍ବଲପୁରରୁ ୧୨, ବାଲେଶ୍ବରରୁ ୧୧, ସୁନ୍ଦରଗଡରୁ ୧୧, କେନ୍ଦ୍ରାପଡାରୁ ୧୦, ଢେଙ୍କାନାଳରୁ ୭, ନୟାଗଡରୁ ୭, ଅନୁଗୁଳରୁ ୬, ବରଗଡରୁ ୫, ଝାରସୁଗୁଡାରୁ ୫, ଦେବଗଡରୁ ୪, ଗଞ୍ଜାମରୁ ୪, କନ୍ଧମାଳରୁ ୨, କେନ୍ଦୁଝରରୁ ୨, କୋରାପୁଟରୁ ୨, ରାୟଗଡରୁ ୨, ବୌଦ୍ଧରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୮୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୩ ହଜାର ୮୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୬ ହଜାର ୯୫୩ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୮୬୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୦୨ କୁ ବୃଦ୍ଧି ହୋଇଛି।

Related posts