
ଭୁବନେଶ୍ବର: ଅହିଂସାର ପ୍ରତୀକ ତଥା ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ସେ, ଗାନ୍ଧୀଙ୍କ ଅହିଂସା ମନ୍ତ୍ରକୁ ପାଥେୟ କରି ଲୋକଙ୍କ କଲ୍ୟାଣ ସହ ଦେଶକୁ ଶାନ୍ତି ଓ ମୈତ୍ରୀର ମାର୍ଗରେ ଅଗ୍ରସର କରାଇବାକୁ ସେ ଆହ୍ୱାନ ଜଣାଇଛନ୍ତି।