ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୭୯ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Oct 2, 2021, 7:58 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୮୩, କଟକରୁ ୪୧, ବାଲେଶ୍ବରରୁ ୨୯, ଜଗତସିଂହପୁରରୁ ୨୮, ସମ୍ବଲପୁରରୁ ୨୩, ଯାଜପୁରରୁ ୧୯, ଅନୁଗୁଳରୁ ୧୩, ମୟୂରଭଞ୍ଜରୁ ୧୩, ପୁରୀରୁ ୧୨, ଭଦ୍ରକରୁ ୧୦, ସୁନ୍ଦରଗଡରୁ ୧୦, ଢେଙ୍କାନାଳରୁ ୫, ସୋନପୁରରୁ ୫, ଗଞ୍ଜାମରୁ ୩, ନୟାଗଡରୁ ୩, ରାୟଗଡାରୁ ୩, ଦେବଗଡରୁ ୨, ଗଜପତିରୁ ୨, ଝାରସୁଗୁଡାରୁ ୨, କୋରାପୁଟରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୧,  ମାଲକାନଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୪ ହଜାର ୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୪୩୧ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୭୫୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୦୯ କୁ ବୃଦ୍ଧି ହୋଇଛି।

Related posts